ସୁନାଚେନ୍ ଲୁଟେରା ଗିରଫ
ପୁରୀ : ଶ୍ରୀମନ୍ଦିରରେ ଦର୍ଶକ ବେଳେ ଜଣେ ମହିଳାଯାତ୍ରୀଙ୍କ ବେକରୁ ସୁନାଚେନ୍ ଲୁଟି ନେଇଥିବା ଅଭିଯୋଗରେ ସିଂହଦ୍ୱାର ଥାନା ପୋଲିସ ସୁଆର ସାହିର ଦୀପକ ସୁଆର (୩୬) ନାମକ ଜଣେ ଯୁବକକୁ ଗିରଫ କରିଛି । ସଂପୃକ୍ତ ଯୁବକ ଠାରୁ ୧୫ଗ୍ରାମ୍ ଓଜନର ସୁନା ଚେନ୍ ଜବତ କରାଯାଇଛି । ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଏନ୍ଏସ୍ର ୩୦୯(୪) ଧାରାରେ ୭୭/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯାଜପୁରର କାକୁଡ଼ିକୁଡ଼ା ଗ୍ରାମରୁ ଅନିଲ କୁମାର ସାହୁ (୩୬) ସସ୍ତ୍ରୀକ ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଅଭିଯୁକ୍ତ ଦୀପକ ଗହଳିର ସୁଯୋଗ ନେଇ ଅନିଲଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଥିଲା । ଘଟଣା ସ୍ଥଳରେ ଉପସ୍ଥିତ ସାଦା ପୋଷାକ ଧାରୀ ପୋଲିସ ଦୀପକକୁ କାବୁ କରି ନେଇଥିଲେ ।