ଅସମ୍ଭାଳ ହେଲା ଋଣ ବୋଝ; ଜୀବନ ହାରିଲେ ଚାଷୀ
ାା ପ୍ରଭାନୁ୍ୟଜ ।ା ଯାଜପୁର : ଘରୋଇ ସଂସ୍ଥାରୁ ଋଣ କରି ମାନସିକ ଦୁଶ୍ଚିନ୍ତାରେ ଥିବା ଜନୈକ ଭାଗ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ପୁଲିସ ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ମେଡ଼ିକାଲକୁ ପଠାଇଛି ।
ମୃତ ଭାଗଚାଷୀ ଧର୍ମଶାଳା ଥାନା ଅନ୍ତର୍ଗତ କ୍ଷେତ୍ରପାଳ ପଞ୍ଚାୟତ ବ୍ରହ୍ମପୁର ଗ୍ରାମର ରତିକାନ୍ତ ମଲ୍ଲିକ ହୋଇଥିବା ବେଳେ ସେ ନିଜ ବାଡ଼ିରେ ଥିବା ପିଜୁଳିଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ । ତେବେ ରତିକାନ୍ତ କରିଥିବା ଋଣ ପରିଶୋଧ ପାଇଁ ଗଲାକାଲି ହାଇଦ୍ରାବାଦକୁ ରୋଜଗାର କରିବାକୁ ଯାଉଛି ବୋଲି କହି ଘରୁ ଯାଇଥିବା ବେଳେ ଆଜି ପରିବାର ଲୋକେ ବାଡ଼ିରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ । ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବ । ଖବର ମତେ ରତିକାନ୍ତ ଜଣେ ଦିନ ମଜୁରିଆ ଭାବେ ମଜୁରୀ ଲାଗି ନିଜପରିବାର ପ୍ରତିପୋଷଣ କରନ୍ତି । ପରିବାର କହିଲେ ବାପା, ମା, ସ୍ତ୍ରୀ ଓ ତିନି ଝିଅ । ୩ ଏକର ଚାଷ ଜମି ଭାଗଚାଷ କରିବା ପାଇଁ ବିଭିନ୍ନ ଘରୋଇ ସଂସ୍ଥାରୁ ପ୍ରାୟ ୫ ରୁ ୬ ଲକ୍ଷ ଋଣ ଆଣି ଚାଷ କାମରେ ଲଗାଇଥିଲେ । ଯାହା ଦିନ ମଜୁରିଆ ଭାବେ ଚାଷ କାମ ସହିତ ପରିବାରର ବୋଝ ଓ ତିନି ଝିଅ ମାନଙ୍କ ପାଠ ପଢାରେ ରତିକାନ୍ତ ଋଣ ବୋଝରେ ବୁଡିରହି ଋଣ ପରିଶୋଧ କରିବା ସମ୍ଭବ ହେଉନଥିଲା । ମାନସିକ ଭାବେ ଭାରି ଅଶାନ୍ତି ରହୁଥିବା ରତିକାନ୍ତ ୨୨ତାରିଖ ଦିନ ଗୋଟାଏ ବେଳେ ହାଇଦ୍ରାବାଦ୍ ଯାଇ କିଛି ରୋଜଗାର ହେଲେ ଋଣ ପରିଶୋଧ କରିବେ ବୋଲି ଘରୁ ବାହାରି ଯାଇଥିଲେ । ହେଲେ୨୩ ତାରିଖ ମୃତ ଶରୀର ତାଙ୍କ ଘର ପଛପଟେ ଝୁଲୁଥିଲା । ଗ୍ରାମର ୱାର୍ଡ ମେମ୍ବରଙ୍କ ଠାରୁ କ୍ଷେତ୍ରପାଳ ପଞ୍ଚାୟତ ସରପଞ୍ଚ ଫକିର ନାରାୟଣ ମିଶ୍ର ଖବର ପାଇ ଧର୍ମଶାଳା ପୁଲିସଙ୍କୁ ଖବର ଦେଇଥିଲେ ।