ମୋରମ ବୋଝେଇ ହାଇୱା ଜବତ, ୧ ଅଟକ

 ବାରଙ୍ଗ: ବାରଙ୍ଗର ବିଭିନ୍ନ ଅଂଚଳରୁ ପ୍ରତ୍ୟେକଦିନ ଶହଶହ ସଂଖ୍ୟାରେ ଲଘୁଖଣିଜ ଦ୍ରବ୍ୟର ବ୍ୟାପକ ଚୋରା ଚାଲାଣ ହେଉଛି । ଖଣିବିଭାଗ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ମାଫିଆ ମାନେ ସକ୍ରିୟ ହୋଇଉଠୁଛନ୍ତି । ସୋମବାର ରାତିରେ ଗୋଡିସାହି ଫାଣ୍ଡି ପୁଲିସ ବେଆଇନ ଭାବେ ମୋରମଚୋରା ଚାଲାଣ ହେଉଥିବା ୩ଟି ମୋରମ ବୋଝେଇ ହାଇୱା,  ଗୋଟିଏ ମେସିନକୁ ଜବତ କରିବା ସହ  ଜଣଙ୍କୁ ଅଟକ ରଖିଛି  । ପ୍ରକାଶଯେ,ରାମଦାସପୁର ରାଜସ୍ୱ କାର୍ଯ୍ୟାଳୟ ନିକଟସ୍ଥ ଇଡକୋ ଶିଳ୍ପାନୁଷ୍ଠାନ ଭିତରେ ଏକ ଘରୋଇକମ୍ପାନୀ ପରିସରରୁ ବେଆଇନଭାବେ ଖୋଲାଯାଇ ମୋରମ ଚୋରାଚାଲାଣ ହେଉଥିବାର  ଗୋଡିସାହି ଫାଣ୍ଡି ପୁଲିସ ପାଖରେ ଖବର ପହଞ୍ଚିଥିଲା । ଫାଣ୍ଡି ଅଧିକାରୀ ବିଚିତ୍ରା ନନ୍ଦ ପ୍ରଧାନ ସଦଳେବଳେ ଘଟଣାସ୍ଥଳରେ ପହଂଚି ୩ଟି ମୋରମ ବୋଝେଇ ହାଇୱା ଓ ମୋରମ ଖୋଲୁଥିବା ଏକ  ମେସିନକୁ ଜବତ କରିଥିଲେ । ସେଠାରେ ଥିବା ୮ଜଣ ପୁଲିସକୁ ଦେଖି କୌଶଳକ୍ରମେ ଖସି ପଳାଇଯାଇଥିବ ବେଳେ ଜଣଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା ।ପରେ ପୋଲିସ ଜବତ ଗାଡ଼ି ବିଷୟରେ ଖଣିବିଭାଗକୁ ସୂଚନା ଦେଇଥିବାର ଫାଣ୍ଡି ପକ୍ଷରୁ କୁହାଯାଇଛି ।