ଯାତ୍ରୀବାହୀ ବସ୍ ଓଲଟି ୨୦ ଗୁରୁତର
ଭଦ୍ରକ: ଭଦ୍ରକ ଜିଲା ଭଦ୍ରକ ରାଣୀତାଲ ଗେଟ୍ ନିକଟରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ବସ୍ରେ ଥିବା ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ଉଦଳାରୁ ‘ରଘୁନାଥ’ ନାମକ ଏକ ଘରୋଇ ବସ୍ ଯାତ୍ରୀଙ୍କୁ ଧରି ଭଦ୍ରକ ଆସୁଥିଲା। ହେଲେ ରାଣୀତାଲ ଗେଟ୍ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା। ଫଳରେ ବସ୍ରେ ଥିବା ୨୦ରୁ ଊଦ୍ଦର୍ବ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି। ଏପରିକି ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।