୨୫ରେ ଆନେ୍ଦାଳନକୁ ଓହ୍ଲାଇବ ବିଜୁ ଯୁବ ଛାତ୍ର 

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ବିଜେଡି ବିଧାୟକଙ୍କ କାର୍ଯ୍ୟଳୟ ପରିସରରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସଭାପତି ଅଭିଷେକ ଜଗତଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାର ତାର ୧୧ବର୍ଷ ଶାସନ ପୂରଣ କରିଥିବା ବେଳେ ଓଡ଼ିଶାରେ ବିଜେପି ସରକାର ଏକ ବର୍ଷ ପୂରଣ କରିଛି । ହେଲେ ଓଡ଼ିଶାରେ ଏକ ବର୍ଷ ମଧ୍ୟରେ ଶତାଧିକ ନାରୀ ନିର୍ଯାତନା, ଅହେତୁକ ଦରବୃଦ୍ଧି ସାଙ୍ଗକୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଗୁଣ୍ଡା ଗରଦୀ ବଢି ବଢି ଚାଲିଛି । ରାଜ୍ୟ ସରକାର ବର୍ତ୍ତମାନ ସ୍ଥାଣୁ ପାଲଟି ଯାଇଥିବାରୁ ଚଳିତ ମାସ ୨୫ ତାରିଖ ଜିଲ୍ଲା ସାରା ଆନେ୍ଦାଳନ ହେବ । ନୂଆପଡାର ପ୍ରତ୍ୟେକ ମହାବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଆନେ୍ଦାଳନ ହେବା ସହ କଳାବ୍ୟାଜ ପରିଧାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଯୁବ ରାଜ୍ୟ ସମ୍ପାଦକ  ମହମ୍ମଦ ସାଇଦ, ବିଜେଡି ଯୁବ ନେତା ସୁବିର ସିଂ ଦେଓ, ବିଜେଡି ଯୁବ ନେତା ଟିଟୁ ପାଣ୍ଡେ, ବରିଷ୍ଠ ନେତା ବିଜୁ ଜନତା ଦଳ ହୀରାଧାର ମେହେର, ଛାତ୍ର ନେତା ଜିକେ ବାଗ, ପ୍ରଶାନ୍ତ ବେହେରା, ବିଜୟ ପଟେଲ ସମେତ ବହୁ ସଂଖ୍ୟାରେ ବିଜେଡି ଯୁବ ନେତା ଉପସ୍ଥିତ ଥିଲେ ।