ଶୁଭାରମ୍ଭ ଅପେକ୍ଷାରେ 'ଆୟୁଷ୍ମାନ ଯୋଜନା'

ଶୁଭାରମ୍ଭ ଅପେକ୍ଷାରେ 'ଆୟୁଷ୍ମାନ ଯୋଜନା'

ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା। ଯାହାକି ସ୍ବାସ୍ଥ୍ୟସେବାରେ ଲୋକମାନେ ଅନେକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଅପରାହ୍ନ ୨.୩୦ ମିନିଟ୍‌ରେ ଭିଡିଓ କନ୍‌ଫରେନି୍ସ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଇବା ଓ ଏହି ଯୋଜନା ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଉଦ୍‌ଘାଟନୀ ଉତ୍ସବରେ ଲୋକଙ୍କୁ ଡକାଯାଇଛି।
ବିଡିଓ ପ୍ରୀତିରଞ୍ଜନ ରଥ, ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସମନ୍ତରାୟଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସେହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ହିତାଧିକାରୀମାନେ ଯୋଗ ଦେବାକୁ ରହିଛି। ଗଦାପୁର ଏବଂ ତାଜୁଙ୍ଗିଆ ପଞ୍ଚାୟତ ସିକରମାହାସ୍କବା କେନ୍ଦ୍ରରେ ଏହାର ଉଦ୍‌ଘାଟନ ସମାରୋହ ବ୍ୟବସ୍ଥା କରାଯାଇଛି। ସେହିପରି ମାର୍ଦିପାଙ୍କା ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ସରାମୁଳି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏବଂ ବୁଡ଼ାଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ବୁଡ଼ାଗୁଢସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ହିତାଧିକାରୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବିଡିଓ ରଥ ପ୍ରକାଶ କରିଛନ୍ତି। ଏହି ସମସ୍ତ ଉଦ୍‌ଘାଟନୀ ସ୍ଥଳରେ ୬ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଉପସ୍ଥିତ ରହିବା ପାଇଁ ପ୍ରୟାସ କରାଯାଉଛି।