ଯୁବକଙ୍କୁ ମରଣାନ୍ତକ ଆକ୍ରମଣ; ଅଭିଯୁକ୍ତ ଗିରଫ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୯ା୧୧ : ଫାଷ୍ଟଫୁଡ୍ ସେଣ୍ଟରରେ ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ମଦ ବୋତଲରେ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ମଞ୍ଚେଶ୍ୱର ଚକେଇସିଆଣୀର ସତ୍ୟ ପ୍ରକାଶ ଓରଫ ବବୁନ୍ ରାଉତ ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରୀଙ୍କ ପୁଅ ସାଗର ମିଶ୍ର ଗତ ୧୫ ତାରିଖ ପ୍ରାୟ ରାତି ୯ଟା ସମୟରେ ସମ ହସ୍ପିଟାଲ ସମ୍ମୁଖରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନ ଆଗରେ ତାଙ୍କର ଜଣେ ବନ୍ଧୁଙ୍କ ସହ ଫାଷ୍ଟଫୁଡ ଖାଇ କଥା ହେଉଥିବା ବେଳେ, ସେଠାରେ ସାମନ୍ୟ କଥାକୁ ନେଇ ଅଭିଯୁକ୍ତ ଏବଂ ଅଭିଯୋଗକାରୀଙ୍କ ପୁଅଙ୍କ ସହ ଝଗଡା ହୋଇଥିଲା । ପରେ ଅଭିଯୁକ୍ତ ଓ ତାର ସହଯୋଗୀମାନେ ଆସି ଏକ ମଦ ବୋତଲରେ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ତାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ପରେ ସେ ସୁସ୍ଥ ହୋଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ