ଛୁଆ କରାଇଦେବାକୁ କହି ଅସଦାଚରଣ ; ୩ ଜଣ ଭଣ୍ଡ ବାବା ଗିରଫ

ଭୁବନେଶ୍ୱର, ୧୩ା୪ : ରାଜଧାନୀରେ ଚାଞ୍ଚଲ୍ୟ ଘଟଣା । ଜଣେ ମହିଳାଙ୍କ କୌଣସି ସନ୍ତାନ ହେଉନଥିବାରୁ ତାଙ୍କୁ ଝଡାଫୁଙ୍କା ସାହାର୍ଯ୍ୟରେ ୨ ମାସ ଭିତରେ ପେଟରେ ଛୁଆ କରିଦେବାକୁ କହି ଘର ଭିତରେ କବାଟ ବନ୍ଦ କରି ଅସଦାଚରଣ । ୩ ଜଣ ଭଣ୍ଡ ବାବାଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୁଲିସ । ଏହି ୩ ଜଣ ଭଣ୍ଡ ବାବା ନିଜକୁ କାକଟପୁର ମାଁ ମଙ୍ଗଳାଙ୍କ କାଳିସୀର ପରିଚୟ ଦେଇ ଏଭଳି ଘଟଣା ଘଟାଇଥିଲେ । ଗିରଫ ୩ ଅଭିଯୁକ୍ତ ହେଲେ, ଖୋର୍ଦ୍ଧା ଅଞ୍ଚଳର ରବିନ୍ଦ୍ର ରଣା, ସୁଶାନ୍ତ ମହାପାତ୍ର ଓ କନ୍ଧୁରୀ ମହାପାତ୍ର । ପରେ ପୁଲିସ ଥାନା କେସ ନମ୍ବର ୨୭୮ରେ ମାମଲା ରୁଜୁକରି ଦଫା ୩୫୪,୩୫୪(ଏ), ୩୫୪(ବି), ୪୨୦, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରିଛି ।
ଥାନା ଅଧିକାରୀଙ୍କ ସୂଚନା ମୁତାବକ, ଅଭିଯୁକ୍ତ ମାନେ ଖୋର୍ଦ୍ଧା ଅଞ୍ଚଳର ଓ ସେମାନେ ଭୁବନେଶ୍ୱରକୁ ସମୟ ସମୟରେ ମାଁ ମଙ୍ଗଳାଙ୍କ ପ୍ରତିମୂର୍ତ୍ତିକୁ ମୁଣ୍ଡରେ ଧରି ନିଜକୁ ମାଁଙ୍କ କାଳସୀ ପରିଚୟ ଦେଇ ଗାଁ, ସାହି ଓ ବସ୍ତିରେ ବୁଲୁଥାନ୍ତି । ଫଳରେ ବସ୍ତିରେ ରହୁଥିବା କିଛି ଲୋକ ଓ ମହିଳା ମାନେ ଏମାନଙ୍କୁ ବିଶ୍ୱାସ କରି ଆର୍ଶୀବାଦ ପାଇବା ପାଇଁ ଟଙ୍କା ପଇସା ଦାନ କରିଥାନ୍ତି । ଏବେ ସଂକ୍ରାନ୍ତି ସମୟ ଚାଲୁଥିବାରୁ ଅଭିଯୁକ୍ତ ମାନେ ଲୋକମାନଙ୍କୁ ଠକିବା ଉଦେଶ୍ୟରେ ମାଁଙ୍କ ନାମରେ ଯଥା ସମ୍ଭବ ଟଙ୍କା ସଂଗ୍ରହ କରିବାକୁ ଚେଷ୍ଟା କରିଥାନ୍ତି । ଶନିବାର ଦିନ ମଧ୍ୟାନ ସମୟରେ ଅଭିଯୁକ୍ତମାନେ ଯୋଜନା ମୁତାବକ ଅଭିଯୋଗକାରିଣୀଙ୍କ ଘର ନିକଟକୁ ଆସିଥିଲେ ଓ ସେମାନଙ୍କୁ କାକଟପୁର ମାଁ ମଙ୍ଗଳାଙ୍କ କାଳେଶୀ ପରିଚୟ ଦେଇ ତାଙ୍କ ଘରେ ପୂଜା କରିବାକୁ କହିଥିଲେ । ଏହା ଶୁଣି ଅଭିଯୋଗକାରିଣୀଙ୍କ ମା ଅଞ୍ଜନା ମହାନ୍ତି ବିଶ୍ୱାସ କରି ସେମାନଙ୍କୁ ୨ ହଜାର ଟଙ୍କା ଓ ମାଁ ମଙ୍ଗଳାଙ୍କ ପୂଜା ପାଇଁ ଏକ ଶାଢ଼ୀ ପ୍ରଦାନ କରିଥିଲେ । ଏହାପରେ ଅଭିଯୁକ୍ତ ମାନେ ତାଙ୍କ ବୋହୁଙ୍କ ପୁତ୍ର ସନ୍ତାନ ହେବାର ଆଶ୍ୱାସନା ଦେଇଥିଲେ । ତା ପରେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରବୀନ୍ଦ୍ର ରଣା ନାମକ କାଳେଶୀ ଅଞ୍ଜନାଙ୍କ ବୋହୁ ଘରେ ପ୍ରବେଶ କରି ଜଲଦି ତାଙ୍କର ସନ୍ତାନ ଜନ୍ମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତା ପରେ ଅଭିଯୁକ୍ତ ରବୀନ୍ଦ୍ର ଭିତରୁ କବାଟ ବନ୍ଦ କରି ଅଞ୍ଜନାଙ୍କ ବୋହୁଙ୍କୁ ଦୁର୍ବ୍ୟବହାର ପଦର୍ଶନ କରିଥିଲେ । ଏହି ସମୟରେ ଅଞ୍ଜନାଙ୍କ ବୋହୁ ଏସବୁକୁ ବିରୋଧ କରି ଚିକ୍ରାର କରିବାରୁ ପରିବାର ଲୋକେ ଘରେ ପଶି ତାଙ୍କୁ ଭଣ୍ଡ ବାବା ଠାରୁ ଉଦ୍ଧାର କରିଥିଲେ ଓ ୩ ଜଣ ଭଣ୍ଡ ବାବାଙ୍କୁ କାବୁ କରି ଅଟକ ରଖିବା ସହ ପିସିଆର ଭ୍ୟନˆୁ ଖବର ଦେଇଥିଲେ । । ପରେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି ।