ରାଜ୍ୟରେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ସୁରକ୍ଷା ନେଇ ଡ଼ିଜିପିଙ୍କ ସାମ୍ବାଦିକ ସମିଳନୀ

ରାଜ୍ୟରେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ସୁରକ୍ଷା ନେଇ ଡ଼ିଜିପିଙ୍କ ସାମ୍ବାଦିକ ସମିଳନୀ


ଭୁବନେଶ୍ୱର, ୩୧ା୫ : ଅ ।ଜି ଅର୍ଥାତ ଶନିବାର ଦିନ ଓଡିଶାରେ ଚତୁର୍ଥ ପର୍ଯ୍ୟକ୍ଷୟ ସାଧାରଣ ର୍ନିବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟକ୍ଷୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ର୍ନିବାଚନ ଅନୁଷ୍ଠିତ କରାଯିବା ନିମନ୍ତେ ରାଜ୍ୟ ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ୱର ସ୍ଥିତ ପୁଲିସ ସେବା ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ପର୍ଯ୍ୟକ୍ଷୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, କଟକ ଗ୍ରାମାଞ୍ଚଳ, ଜଗତସିଂହପୁର, ପୁରୀ ଏବଂ କଟକ ସହରାଞ୍ଚଳରେ ର୍ନିବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ । ବିଗତ ତିନି ପର୍ଯ୍ୟାୟରେ ୧୫ଟି ଲୋକସଭା ଏବଂ ୧୦୫ଟି ବିଧାନସଭା ର୍ନିବାଚନମଣ୍ଡଳୀ ନିମନ୍ତେ ପ୍ରାୟ ୨୬ ହଜାରରୁ ଉଦ୍ଧ୍ୱର୍ ବୁଥରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ସମାପ୍ତ ହୋଇସାରିଛି । ସେଥ ôମଧ୍ୟରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା ର୍ନିବାଚନମଣ୍ଡଳୀର ମାତ୍ର ଦୁଇଟି ବୁଥରେ ପୁନଃ ମତଦାନ ହୋଇଛି । ଯାହାକି ଚଳିତ ସାଧାରଣ ର୍ନିବାଚନର ଏକ ରେକର୍ଡ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିଲେ ।
 ଏହି ଅବସରରେ ଡିଜିପି ଶ୍ରୀ ଷଡଙ୍ଗୀ କହିଥିଲେ ଯେ, ଚତୁର୍ଥ ପର୍ଯ୍ୟକ୍ଷୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ । ସେଥିପାଇଁ ୦୯ ପୁଲିସ ଜିଲ୍ଲାରେ ୮୭୫୨ ସ୍ଥାନରେ ୧୦୮୮୨ ମତଦାନ କେନ୍ଦ୍ର ମଧ୍ୟରୁ ପାଖାପାଖି ୨୧% ବୁଥ ସମ୍ବେଦନଶୀଳ ଅଟେ । ର୍ନିବାଚନ ପରି·ଳନାର ସୁରକ୍ଷା ଲାଗି ବିଭିନ୍ନ ପାହ୍ୟାର ୩୬ ହଜାର ପୁଲିସ କର୍ମ·ରୀଙ୍କ ମୁତୟନ କରାଯାଇଛି । ଯେଉଁଥିରେ ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ,୮୬ ପ୍ଲାଟୁନ ଆର୍ମଡ଼ ପୁଲିସ ଫୋର୍ସ ଅଛନ୍ତି । ୪୪ ଜଣ ଅତିରିକ୍ତ ଏସପି, ୯୯ଡିଏସପି,୨୧୦ ଇନ୍ସପେକ୍ଟର,୨୫୮୩ଏସଆଇ/ ଏଏସଆଇ ସହ ୯୪୭୬ କନଷ୍ଟେବଳ/ ହାବିଲଦାର,୮୦୮୩ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ର୍ନିବାଚନ ପରି·ଳନାରେ ନିୟୋଜିତ ହୋଇଛନ୍ତି । ୦୪ ଜଣ ଯୁବ ଆଇପିଏସ ଅଧିକାରୀଙ୍କୁ ଜଗତସିଂହପୁର,କେନ୍ଦ୍ରାପଡା, ମୟୂରଭଞ୍ଜ,ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ମୁତୟନ କରାଯାଇଛି । ସେହିପରି ୮୪୩ ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ୟ ର୍ନିବାଚନକୁ ତତ୍ୱାବଧାନ କରିବେ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । 
 ସେହିପରି ଆଇନ ଶୃଙ୍ଖଳା ରକ୍ଷା ଓ ର୍ନିବାଚନ ପରି·ଳନା ପାଇଁ ୦୯ ପୁଲିସ ଜିଲ୍ଲାରେ ୬୦ଟି ଚେକପୋଷ୍ଟ ରହିଛି । ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି । ର୍ନିବାଚନ କମିଶନଙ୍କ ନିଦେ୍ର୍ଦଶ ମୁତାବକ ଫ୍ଲାଇସ୍କ୍ୱାର୍ଡ ଗଠନ କରାଯାଇଛି । ର୍ନିବାଚନ ହେବାକୁ ଥିବା ୦୯ ଜିଲ୍ଲାରେ ୨୫୫ ଟି ଫ୍ଲାଇସ୍କ୍ୱାର୍ଡ ଟିମ ରହିଛନ୍ତି । ଏହାବ୍ୟତୀତ ୨୫୫ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି । ଏହି ୦୯ଟି ଜିଲ୍ଲାରେ ୧୩ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ର୍ନିବାଚନ ପରେ ସେଠାରେ ଇଭିଏମ ଗୁଡିକ ରଖାଯିବ । ଏହି ଇଭିଏମ ସୁରକ୍ଷା ଲାଗି ଦୁଇସ୍ତରରେ ସୁରକ୍ଷା ଦାୟିତ୍ୱ ବିଭକ୍ତ କରାଯାଇଛି ବୋଲି ଡିଜିପି କହିଛନ୍ତି । ର୍ନିବାଚନ ପାଇଁ ସାରା ରାଜ୍ୟରେ ଜୋରଦାର ଚେକିଂ ·ଲିଛି । ଜାନୁୟାରୀ ପହିଲାରୁ ବର୍ତ୍ତମାନ ସୁଦ୍ଧା ୬.୦୭ କୋଟି  ଟଙ୍କା ଜବତ କରାଯାଇଛି । ପ୍ରାୟ ୯୧.୩ କୋଟି ମୂଲ୍ୟର ପ୍ରଲୋଭନ ସାମଗ୍ରୀ ଧରାପଡିଛି । ୭ ଲକ୍ଷ ୧୩୦ଲିଟର ମଦ ଜବତ କରାଯାଇଥିବା ବେଳେ ୪୦୩୦ ବେପାରୀଙ୍କୁ ଗିରଫ କରାଯାଇଛି । ୧୧  ଜଣଙ୍କୁ ଏନଏସଏରେ ବୁକିଂ କରାଯାଇଛି । ୮୬୦.୭୮କୁଇଣ୍ଟାଲ ଗଞ୍ଜେଇ, ୫ କେଜି ବ୍ରାଉନସୁଗର, ୪୬୩୦ ଲିଟର କଫ ସିରଫ ଜବତ କରାଯାଇଛି । ୧୨୦୫ଟି ମାମଲା ପଞ୍ଜିକରଣ କରାଯାଇଥିବା ବେଳେ ୧୨୫୮ ଜଣଙ୍କୁ ଗିରଫ କରାଯାଇଛି । ଏହା ସହ କମିଶନରେଟ ପୁଲିସ ଅଞ୍ଚଳରୁ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର କରାଯାଇଛି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିଲେ । ର୍ନିବାଚନ ପ୍ରକ୍ରିୟାକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ପରି·ଳନା କରାଯିବା ନିମନ୍ତେ ସମସ୍ତ କ୍ଷେତ୍ରରେ ନିରପେକ୍ଷ ଭୂମିକା ଗ୍ରହଣ କରାଯାଉଛି । କୌଣସି କ୍ଷେତ୍ରରେ ପକ୍ଷପାତିତା କରାଯିବନି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି । ସମସ୍ତ ର୍ନିବାଚନ ମଣ୍ଡଳୀରେ ପରିସ୍ଥିତି ନିୟନ୍ତ୍ରଣଧୀନ ଅଛି । ଶେଷ ପର୍ଯ୍ୟାୟ ର୍ନିବାଚନ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହା ସହ ଚଳିତ ର୍ନିବାଚନରେ ଦିନ ରାତି ପରିଶ୍ରମ କରୁଥିବା ପୁଲିସ କର୍ମ·ରୀଙ୍କ ତ୍ୟାଗ ପାଇଁ ଡିଜିପି ଶ୍ରୀ ଷଡ଼ଙ୍ଗୀ ସାଧୁବାଦ ଜଣାଇଛନ୍ତି ।
 ଏହି ଅବସରରେ ନିଦେ୍ର୍ଦଶକ (ଏସସିଆରବି) ବିନୟତୋଷ ମିଶ୍ର,ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର,ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଅପରେସନ) ଏସ. ଦେବଦ ସିଂ, ଆଇଜିପି (ବିପିଏସପିଏ) ଏସ. ସାଇନୀ,ଆଇଜିପି (କ୍ରାଇମବ୍ରାଞ୍ଚ୍) ସଫିନ ଅହମ୍ମଦ, ଏଆଇଜିପି (ମୁଖ୍ୟାଳୟ) ବାତୁଳ ଗଙ୍ଗାଧର ଉପସ୍ଥିତ ଥିଲେ ।