ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର
ବେତନଟୀ: ବେତନଟୀସ୍ଥିତ ଟାଟା ପାୱାର କାର୍ଯ୍ୟାଳୟରେ ଷ୍ଟୋର ସୁପରଭାଇଜର ଭାବେ କାର୍ଯ୍ୟରତ ଜଣେ ଯାଜପୁର ଅଞ୍ଚଳର କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଯାଜପୁର ଜିଲ୍ଲା ବନ୍ତଳା ଉପକଣ୍ଠର ଉପୁଳା ଅଞ୍ଚଳର ରଞ୍ଜନ ମଲ୍ଲିକଙ୍କ ପୁତ୍ର ଶଶାଙ୍ଖ ଶେଖର ମଲ୍ଲିକ (୩୦) । ଶଶାଙ୍ଖ ପ୍ରାୟ ଅଢେଇ ବର୍ଷ ହେବ ଟାଟା ପାୱାର ବେତନଟୀ ଷ୍ଟୋର ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ଘଟଣା ଦିନ ଅପରାହ୍ନରେ ସେ ନିଜ କାର୍ଯ୍ୟ ସାରି ବେତନଟୀରେ ଥିବା ଭଡାଘରକୁ ଫେରିଥିଲେ । ସହକର୍ମୀମାନେ ତାଙ୍କୁ ବାରମ୍ବାର ଫୋନ କରିଥିଲେ, କିନ୍ତୁ ଶଶାଙ୍ଖ ଫୋନ ଉଠାଇ ନଥିଲେ କି କବାଟ ଖୋଲି ନ ଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ ଖୋଲାନଯିବାରୁ ସହକର୍ମୀମାନେ ଛାତ ଉପରେ ଚଢି ସ୍କାଏଲାଇଟ ଦେଇ ଭିତରକୁ ଦେଖିଲା ବେଳକୁ ଶଶାଙ୍ଖଙ୍କ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ପୁଲିସ୍ ପହଞ୍ଚô ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି । ଏହାସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।