ହଇଜା ମୁକାବିଲା ପ୍ରସ୍ତୁତି
ତିହିଡ଼ି : ସଂପ୍ରତି ରାଜ୍ୟରେ ହଇଜା ରୋଗ ମାରାତ୍ମକ ଭାବେ ବ୍ୟାପିବାରେ ଲାଗିଛି । ତିହିଡିରେ ପ୍ରାକ୍ ମୁକାବିଲା ଲାଗି ବ୍ଲକ ପ୍ରଶାସନ ତରଫରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ନିରଂଜନ ବାରିକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂଣ୍ଣ ବୌଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଶୁଭକାନ୍ତ ଓଝା, ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ବ୍ଲକ ସହକାରୀ ଯନ୍ତ୍ରୀ, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ, ସ୍ୱାସ୍ଥ୍ୟ ସୁପର ଭାଇଜରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ହଇଜାରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହେଲେ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖବର ଦେବା, ରାସ୍ତା ପାଶ୍ୱର୍ରେ ଥିବା ଦୋକାନରୁ ଖାଦ୍ୟ ନଖାଇବା, ବାସି ଖାଦ୍ୟ ନଖାଇବା, ଜଳକୁ ବିଶୋଧନ କରି ପିଇବା ଆଦି କୁହାଯାଇଛି ।