ବ୍ୟବସାୟୀଙ୍କ ବିୟୋଗରେ ବଜାର ବନ୍ଦ
କାକଟପୁର: କାକଟପୁର ଗଣେଷ ବଜାରରେ ପୂଜାସାମଗ୍ରୀ ଦୋକାନ କରିଥିବା ବେତେଣ୍ଡାର କୁନ ଚନ୍ଦ୍ର ସ୍ୱାଇଁ (କୁନିଆ)ଙ୍କ ୫୧ ବର୍ଷ ବୟସରେ ମୃତୁ୍ୟ ହୋଇଛି । ବୁଧବାର ରାତି ୯ଟା ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତୁ୍ୟ ହୋଇଥିବା ବେଳେ ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ତାଙ୍କ ମର ଶରୀର କାକଟପୁର ବଜାରରେ ପହଞ୍ଚିବା ପରେ ଗଣେଶ ବଜାର ବ୍ୟବସାୟୀଙ୍କ ପକ୍ଷରୁ ତାଙ୍କ ମରଶରୀରକୁ ବଜାର ପରିକ୍ରମା କରାଯାଇଥିଲା । ଏହାସହ ତାଙ୍କ ମୃତୁ୍ୟକୁ ନେଇ ଆଜି ପାଇଁ ବଜାରକୁ ବନ୍ଦ ରଖାଯାଇଥିଲା । ପୈତୃକ ଗ୍ରାମ ବେତେଣ୍ଡା ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।