ମିଶନ ଶକ୍ତି ଗୃହ ନିର୍ମାଣରେ ଅନିୟମିତତା


ରାଜକନିକାରୁ ଅଜୟ କୁମାର ରାଉତ
ମିଶନ ଶକ୍ତି ଗୃହ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ନାଁ ଅଛି ବିଦୁ୍ୟତ ସଂଯୋଗ ନାଁ ଅଛି ଶୌଚାଳୟ । ଏପରିକି ବର୍ଷା ହେଲେ ପାଣି ସନ୍ତଉଛି । ଏମିତି ଦେଖିବାକୁ ମିଳିଛି ରାଜକନିକା ବ୍ଲକ ସିକୋ ପଞ୍ଚାୟତର ଗୁଳୁଚିପଡ଼ା ଗାଁରେ ।  ଏଠାରେ ମିଶନ ଶକ୍ତି ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ୨୦୨୩-୨୪ ଆର୍ଥିକ ବର୍ଷରେ ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଗୃହ ନିର୍ମାଣ କରାଯାଇଥିଲା । ଏହି ଗୃହ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୫ ଶହ ମିଟର ଦୂରରେ ହୋଇଥିବା ବେଳେ ଏଥିରେ ବିଦୁ୍ୟତ ସଂଯୋଗ ଓ ଶୌଚାଳୟର ବ୍ୟବସ୍ଥା ନାହିଁ । ୬ ମାସ ନପୂରୁଣୁ ଏହି ଗୃହର ମେଜିଆ ଉଠିଗଲାଣି । ବର୍ଷା ହେଲେ ପାଣି ହେଉଥିବାରୁ ଏଠାରେ ବସି ହେବ ନାହିଁ । ଏହାଛଡ଼ା ସମ୍ପୂର୍ଣ୍ଣ କାନ୍ଥ କରାନଯାଇ ଲୁହା ଗ୍ରିଲ ଦେଇ ଆଜବେଷ୍ଟ ପକା ଯିବା ସହିତ ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ କରିଛନ୍ତି ଦିଲ୍ଲୀପ ପରିଡ଼ା, ବସନ୍ତ ନାୟକ, ବିଷ୍ଣୁ ସେଠୀ, ଗୌରାଙ୍ଗ ନାୟକ, କାହ୍ନୁ ନାୟକ, ବନମାଳୀ ନାୟକ, ବନୋଜ ମଲିକ, ପାର୍ଥ ସାରଥି ପଣ୍ଡା ଓ ଶୁଭକାନ୍ତ ମାହୁନ୍ତ । ତେବେ ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପଚରାଯିବାରୁ ସେ କାର୍ଯ୍ୟ ଠିକ ହୋଇଛି ବୋଲି କହିଛନ୍ତି ।