ଯୁବତୀଙ୍କ ମୃତଦେହ ଉଦ୍ଧାର
ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ ରେଙ୍ଗାବନ୍ଧ ଗ୍ରାମ ଜଙ୍ଗଲ ନିକଟରେ ଗୋଟିଏ ଯୁବତୀଙ୍କ ଗଳିତ ମୃତ ଦେହ ଉଦ୍ଧାର । ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୨୦ରୁ ୩୦ ବର୍ଷ ମଧ୍ୟରେ ଏକ ଯୁବତୀର ଗଳିତ ମୃତ ଦେହ ରେଙ୍ଗାବନ୍ଧ ଗ୍ରାମ ନିକଟରେ ଥିବା ଜଙ୍ଗଲ ମଧ୍ୟରେ ପଡି ରହିଥିବା ନେଇ ପୋଲିସକୁ କିଛି ଗ୍ରାମବାସୀ ଖବର ଦେଇଥିଲେ । ଏନେଇ ଖବର ପାଇଁ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ର୍ନିେଶ ଅନୁଯାୟୀ ଏକ ଟିମ୍ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମର ଶରୀରକୁ ଜବତ କରିଛି । ଘଟଣା ସ୍ଥଳରୁ କିଛି ପୋଷାକ, ଚପଲ ମଧ୍ୟ ଜବତ କରଯାଇଥିବା ବେଳେ ମର ଶରୀରଟି ପଚି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଏନେଇ ପୋଲିସ ପକ୍ଷରୁ ୨୧/୨୫ରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖା ଯାଇଥିବା ସହ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ସଂରକ୍ଷିତ ରଖାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ କିଣ୍ଡୋ ସୂଚନା ଦେଇଛନ୍ତି ।