ଯୌତୁକ ଜୁଇରେ ନବବଧୂ : ହତ୍ୟା ଅଭିଯୋଗ ଆଣିଲେ ବାପ ଘର 

 ଚାନ୍ଦବାଲି : ଯୌତୁକ ଯୁଇରେ ୩ମାସର ମାସର ନବବଧୂ । ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପ ଘର ଲୋକେ । ଏମିତି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଧିନ ବଜରାପୁର ପଞ୍ଚାୟତ ଷଣ୍ଡଗଡା ଗ୍ରାମରେ । ପୂର୍ବ ସୂଚନା ମୁତାବକ ନାୟକାଣି ଡ଼ିହି ଥାନା ଅଧିନ କରଞ୍ଜ ଆଡିଆ ଗ୍ରାମରେ ଚକ୍ରଧର ମାଝୀଙ୍କ ଝିଅ ମାମାଲିଙ୍କୁ ବଜରାପୁର ପଞ୍ଚାୟତ ଷଣ୍ଡଗଡା ଗ୍ରାମର ବାବୁଲି ମାଝୀଙ୍କ ପୁଅ ଦିପୁନ ମାଝିଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସ୍ୱାମୀ, ଶଶୁର, ଦିଅର ଦାଦନ ଭାବେ ବାହାର ରାଜ୍ୟରେ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ବହୁ ମାମାଲି କୌଣସି କାରଣକୁ ନେଇ ଘର ଭିତରେ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ଦେଖିବାକୁ ମିଳିଛି । ଏ ଘଟଣାକୁ ନେଇ ଝିଅର ବାପଘର ଲୋକେ ଘଣ୍ଟେଶ୍ୱର ଫାଣ୍ଡିରେ ଶାଶୁ-ଗୌରୀ ମାଝୀ, ଶଶୁର-ବାବୁଲି ମାଝୀ-ସ୍ୱାମୀ-ଦିପୁନ ମାଝୀ  ଦିଅର-ସିପୁନ ମାଝୀ ନାମରେ ଯୌତୁକ ଜନିତ ଦାବିକରି ହତ୍ୟା କରି ମୁହଁରେ ବିଷ ଦେଇ ମାରି ଦେଇଥିବା ଝିଅର ବାପ ଘର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ବାଂଶଡା ଥାନା ଅଧିକାରୀ ମହମଦ ହାପିଜ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ସୂର୍ଯ୍ୟକାନ୍ତ ମହାନ୍ତି ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଝିଅର ମା ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି  ।