ରଘୁନାଥପୁରରେ ହେବ  ମୁକ୍ତ ମଞ୍ଚ ନାଟକ ମହୋସବ

 ଭଣ୍ଡାରିପୋଖରୀ : ଏହି ବ୍ଲକର ମାଳଦା ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ମୁକ୍ତ ମଞ୍ଚ ନାଟକ ମହୋସôବ ଅନୁଷ୍ଠିତ ହେବ । ଗ୍ରାମର ଶ୍ରୀରଘୁନାଥ ଯୁବନାଟ୍ୟ ପରିଷଦ ଆନୁକୂଲ୍ୟରେ ସପ୍ତା ପ୍ରାଙ୍ଗଣରେ ଆଗାମୀ ବୁଧବାର ଠାରୁ ଆରମ୍ଭ ହୋଇ ଶୁକ୍ରବାର ଉଦଯାପିତ ହେବ । ଶ୍ରୀ ଜଗନ୍ନାଥଙ୍କ ସପ୍ତାମେଳା ଓ ହରିହାଟ ମେଳା ଅବସରରେ ରଘୁନାଥପୁର ମହୋସôବ ଓ ମୁକ୍ତ ମଞ୍ଚ ନାଟକ ପରିବେଷଣ କରାଯିବ ବୋଲି ସଭାପତି ସରୋଜ ନାୟକ, ଉପସଭାପତି ଉମାକାନ୍ତ ସାହୁ, ସମ୍ପାଦକ ବିଷ୍ଣୁ ବୋଇତାଇ ଓ ସହସମ୍ପାଦକ ତପନ ରାଉତ ସୂଚନା ଦେଇଛନ୍ତି ।