ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

ଭଦ୍ରକ : ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର କଲ୍ୟାଣୀ ନଗର ସ୍ଥିତ ଗୁରୁ କୃପା ଭବନରେ ଅନୁଷ୍ଠିତ ହୋଇଛି । ଇଂ. ଅଭୟ ସୂତାରଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ସ୍ତମ୍ବକାର ଅଭୟ ଦ୍ୱିବେଦୀ ଉଦ୍ଘାଟନ କରିଥିଲେ । ‘ଏସିଆ ମହାଦେଶର ଉଜ୍ଜ୍ୱଳ ଆଲୋକ ଗୌତମ ବୁଦ୍ଧ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ପୂର୍ବତନ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ସମ୍ମାନନୀୟ ବକ୍ତା ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ, ବିଶେଷଅତିଥି ଇଂ. ରବିନ୍ଦ୍ର ଜେନା, ବାବା ଆଖଣ୍ଡଳମଣୀ କଲେଜ ଅଧ୍ୟକ୍ଷ ନୀହାର ରଞ୍ଜନ କର, ଭଦ୍ରକ ସ୍ୱୟଂଶାସିତ କଲେଜ ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ପଣ୍ଡା, ଡ. କୈବଲ୍ୟ ଧୃପତି, ଡ. ନୀଳକଣ୍ଠ ପଣ୍ଡା, ଶିକ୍ଷାବିତ୍ ମାଧବ ଚନ୍ଦ୍ର ଜେନା, ନାଟ୍ୟଶ୍ରୀ ନିର୍ମଳ ରାଉତ, ସତ୍ୟ ସେଠୀ, ମନୋଜ କୁମାର ଜେନା, ପୁରୁଷୋତ୍ତମ ଧଳ, ହୃଦାନନ୍ଦ କର ପ୍ରମୁଖଙ୍କ ଅହିଂସା ପରମ ଧର୍ମ ଓ ଧ୍ୟାନଯୋଗ ଦ୍ୱାରା ଶାନ୍ତି ଓ ମୁକ୍ତି ସମ୍ଭବ ଏହା ଗୌତମବୁଦ୍ଧ ବାଣୀ ବୋଲି ମତବ୍ୟକ୍ତ କରିଥିଲେ । କବି ରମେଶ ଦାସ, ଶିକ୍ଷୟିତ୍ରୀ ଦୀପ୍ତିମୟୀ ସାହୁ, ଜାନକୀ ପାଢୀ ମନୋରମା ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ମାନସୀବାଳା ସୂତାର, ପ୍ରବୋଧ ଅଗସ୍ତି, ଗୀତାଞ୍ଜଳି ଅଗସ୍ତି, ଗୋକୁଳାନନ୍ଦ ରାଉତ, ସୁବାସ ଚନ୍ଦ୍ର ବଳ, ସାବିତ୍ରୀ ବାନାର୍ଜୀ, ନରେଶ ଚନ୍ଦ୍ର ଲେଙ୍କା, ମଧୁସୂଦନ ମହାପାତ୍ର, ପ୍ରମୋଦ ପଣ୍ଡା, କାଳନ୍ଦି ମଲ୍ଲିକ, ଶିକ୍ଷାବିତ୍ ଉମାକାନ୍ତ ମହାଳିକ, ମଧୁସ୍ମିତା ଖଣ୍ଡାଇ, ବିଶ୍ୱ ବିଜୟିନୀ ଦାସ ମହାପାତ୍ର, ଶ୍ରୀରାମ ଦାସ, ରଜତ କୁମାର ସାହୁ, ବିଜୟ କୁମାର ବହଳୀ, କୈଳାସ ଦାସ, ମହେନ୍ଦ୍ର ଓଝା, ଅଂଶୁମାନ ସ୍ୱାଇଁ, ସଂଗ୍ରାମ କେଶରୀ ସେନାପତି, ଶଶାଙ୍କ ଶେଖର ପଣ୍ଡା, ସୁରେଶ ସାହୁ ପ୍ରମୁଖ ପାଠ କରିଥିଲେ । ସହସମ୍ପାଦିକା ମମତାରାଣୀ ଦାଶ ମିଶ୍ର ଓ ଡ. ଅନିଲ କୁମାର ଦାଶ ଅତିଥି ପରିଚୟ କରିଥିଲେ । ଶେଷରେ ଶିକ୍ଷାବିତ ଗୟାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।