ନାବାଳିକା ଅପହର୍ତ୍ତା କୋର୍ଟଚାଲାଣ


ବ୍ରହ୍ମବରଦା: ବୁଧବାର ବିଳମ୍ବିତ ରାତିରେ ବ୍ରହ୍ମବରଦା ପୁଲିସ ଜନୈକା ନାବାଳିକା ଅପହରଣ ମାମଲାରେ ଜଣେ ଯୁବକକୁ ଗିରଫ କରି କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ଯୁବକ ବ୍ରହ୍ମବରଦା ଥାନା ଅଧିନ ମଙ୍ଗଳପୁର ପଞ୍ଚାୟତ ବଡ ରାଏପଡା ଗ୍ରାମର ସତ୍ୟବାନ ମିଶ୍ରଙ୍କ ପୁଅ ଗୋବର୍ଦ୍ଧନ(୨୪)ହୋଇଥିବା ବେଳେ ପୁଲିସ ନାବାଳିକା ଜଣକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମାଇନା ପରେ ଜିଲ୍ଲା ସଖୀ ୱାନ ଷ୍ଟପ ସେଂଟରକୁ ପଠାଇଛି । ଅଭିଯୋଗ ମତେ ଗଲା ୨୫ତାରିଖ ମଙ୍ଗଳବାର ଗୋବର୍ଦ୍ଧନ ଓରଫ ଗୋପୀ ମଙ୍ଗଳପୁର ପଞ୍ଚାୟତ ରାଏପଡା ଗ୍ରାମର ୧୭ ବର୍ଷୀୟ ନାବାଳିକାକୁ ଜୋରଜବରଦସ୍ତ ଅପହରଣ କରି ନେଇଯାଇଥିଲା । ଏନେଇ ନାବାଳିକାଙ୍କ ବାପା ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବ୍ରହ୍ମବରଦା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଖବର ପାଇ ବ୍ରହ୍ମବରଦା ପୁଲିସ ବୁଧବାର ବିଳମ୍ବିତ ରାତିରେ ଚଢାଉ କରି ଧର୍ମଶାଳା ଅଞ୍ଚଳରୁ ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଗୋପୀକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ବ୍ରହ୍ମବରଦା ଥାନା ଅଧିକାରିଣୀ ଅଂଶୁମାଳା ଦାସ ସୂଚନା ଦେଇଛନ୍ତି ।