ଯୁବ ପ୍ରତିଭା ସମ୍ବର୍ଦ୍ଧିତ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ୍ ରହଣିଆ ଗ୍ରାମର ଉଦୟମାନ ଯୁବ ପ୍ରତିଭା ସୁରେନ୍ଦ୍ର ଦାସ ଦୀର୍ଘ ୪ ବର୍ଷ ହେବ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ସ୍ୱର୍ଣ୍ଣ ପଦକ ସହିତ ଅନ୍ୟାନ୍ୟ ପଦକ ହାସଲ କରିଛନ୍ତି । ନିକଟରେ ଆନ୍ତର୍ଜାତୀୟ ୟୁନିଭର୍ସାଲ ଲିଜେଣ୍ଡ କ୍ଲାସିକ ପକ୍ଷରୁ ପୁରୀ ବେଳାଭୂମି ଠାରେ ଦୁଇ ଦିନିଆ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୫୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରଥମ ଦିନରେ ଅନେକ ପ୍ରତିଯୋଗୀଙ୍କୁ ପଛରେ ପକାଇ ସୁରେନ୍ଦ୍ର ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇଥିଲେ । ଏହା ପୂର୍ବରୁ ରାଜ୍ୟ ତଥା ରାଜ୍ୟ ବାହାରେ ସୁରେନ୍ଦ୍ର ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବୋହୁ ବାର ପୁରସ୍କୃତ ହୋଇଛନ୍ତି । ଗ୍ରାମାଞ୍ଚଳର ନିଆରା କ୍ରିଡ଼ା ପ୍ରତିଭାର ଅଧିକାରୀ ଯୁବ କ୍ରିଡ଼ାବିତ ଜଣଙ୍କ ଜିଲ୍ଲା ତଥା ରାଜ୍ୟ ପାଇଁଁ ଗୈାରବ ଆଣିଛନ୍ତି ।ଏହି ଅବସରରେ ସୁରେନ୍ଦ୍ରଙ୍କୁ ଯୁବ ଓ କ୍ରିଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧନା ଜଣାଇଛନ୍ତି । ଭୁବନେଶ୍ୱର ସ୍ଥିତ ସରକାରୀ ଆବାସିକ କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ଯୁବ କ୍ରିଡ଼ାବିତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ଖେଳୁଥିବା କ୍ରିଡା ବିଷୟରେ ମନ୍ତ୍ରୀ ଅନେକ କଥା ପଚାରି ବୁଝିଥିଲେ । ଆଗକୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ସୁରେନ୍ଦ୍ରଙ୍କୁ ମନ୍ତ୍ରୀ ଉତ୍ସାହିତ କରିଛନ୍ତି । ସମ୍ବର୍ଦ୍ଧନା ସମୟରେ ବିଜେପି ନେତା ବଦ୍ରିନାରାୟଣ ଧଳ ଉପସ୍ଥିତ ଥିଲେ ।