ରଥଯାତ୍ରାରେ ଆଦାନୀ-ଇସ୍କନର ଅଦ୍ୱିତୀୟ ସେବା

 ପୁରୀ:  ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଭକ୍ତି, ବିଶ୍ୱାସ ଏବଂ ଆଧ୍ୟାତ୍ମିକତାର ଏକ ମହାନ ସଙ୍ଗମ । ଯାହା ସମଗ୍ର ବିଶ୍ୱରୁ ଭକ୍ତମାନଙ୍କୁ ଓଡିଶାର ପବିତ୍ର ଭୂମିକୁ ଆକର୍ଷିତ କରିଥାଏ  । ଚଳିତ ବର୍ଷ ରଥଯାତ୍ରାରେ ଆଦାନୀ ଗ୍ରୁପ ଓ ଇସ୍କନ ସହଭାଗିତାରେ ପୁରୀରେ ଚାଲିଥିବା ପ୍ରସାଦ ସେବା କେବଳ ସାଧାରଣ ଭକ୍ତମାନଙ୍କୁ ନୁହେଁ ବରଂ ରଥଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବାରେ ନିୟୋଜିତ ସୁରକ୍ଷାକର୍ମୀ, ସଫେଇ କର୍ମଚାରୀ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀମାନଙ୍କୁ ସମ୍ମାନର ସହ ଖାଦ୍ୟ ପରିବେଷଣ କରୁଛି  । ଏହି ସ୍ୱତନ୍ତ୍ର ସେବା ଅଧିନରେ ଓଡିଶା ସ୍ୱଫ୍ଟ ଆକ୍ସନ ଫୋର୍ସ, ଇଣ୍ଡିଆ ରିଜର୍ଭ ବାଟାଲିୟନ, ଶ୍ରୀମନ୍ଦିର ସୁରକ୍ଷା ବାହିନୀ, ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ପୁଲିସ ଏବଂ ସ୍ଥାନୀୟ ପୁଲିସ ବାହିନୀର ଯବାନମାନଙ୍କର ଭକ୍ତି ଓ ସମର୍ପଣ ଭାବ ସହିତ ପ୍ରସ୍ତୁତ ପ୍ରସାଦ ପରିବେଷଣ କରାଯାଉଛି । କିଛିଦିନ ମଧ୍ୟରେ, ପୂର୍ବତଟ ରେଳବାଇ ଅଧିକାରୀ ଏବଂ କର୍ମଚାରୀ ଏବଂ ଅନେକ ସରକାରୀ ବିଭାଗର କର୍ମଚାରୀମାନେ ଏହି ରୋଷଶାଳାରୁ ପ୍ରସାଦ ସେବନ କରିଥିଲେ । ପ୍ରସାଦ ଗ୍ରହଣ କରି ଯବାନମାନେ ଭାବବିହ୍ୱଳ ହୋଇପଡିଥିଲେ । ଆଦାନୀ ଗ୍ରୁପ ଓ ଇସ୍କନର ଏହି ପଦକ୍ଷେପ ପଛରେ ମୂଳ ଧାରଣା ହେଉଛି- ସେବା ହେଉଛି ସାଧନା  ।