‘ଏସଏଫଇଏସ’ର କାର୍ଯ୍ୟନିର୍ବାହୀ ସଦସ୍ୟ ହେଲେ କିମ୍ସ ଡାକ୍ତର ସମ୍ବିତ
ଭୁବନେଶ୍ୱର : ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ତଥା କିମ୍ସ ଏଣ୍ଡୋକ୍ରାଇନୋଲୋଜି ବିଭାଗୀୟ ମୁଖ୍ୟ ଡା ସମ୍ବିତ ଦାଶ ଦକ୍ଷିଣ ଏସୀୟ ଏଣ୍ଡୋକ୍ରାଇନ୍ ସୋସାଇଟିଜ୍ ଫେଡେରେସନ୍ (ଏସଏଫଇଏସ)ର କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି । ଏସଏଫଇଏସ ହେଉଛି ଏସିଆର ସବୁଠାରୁ ବଡ ଏବଂ ସବୁଠାରୁ ସକ୍ରିୟ ଏଣ୍ଡୋକ୍ରାଇନ୍ ସଂସ୍ଥା ମଧ୍ୟରୁ ଗୋଟିଏ, ଯାହା ଭାରତ ସମେତ ଅନେକ ଏସୀୟ ଦେଶର ଏଣ୍ଡୋକ୍ରାଇନ୍ ସଂଘକୁ ନେଇ ଗଠିତ । ଏହି ସଂଘ ସହଯୋଗପୂର୍ଣ୍ଣ ଗବେଷଣା, ରୋଗୀ ସେବାକୁ ଆଗକୁ ବଢାଇବା, ଆଞ୍ଚଳିକ କ୍ଲିନିକାଲ୍ ନିଦେ୍ର୍ଦଶାବଳୀ ବିକଶିତ କରିବା ଏବଂ ଦକ୍ଷିଣ ଏସିଆରେ ଏଣ୍ଡୋକ୍ରାଇନ୍ ରୋଗର ଚ୍ୟାଲେଞ୍ଜଗୁଡିକୁ ସମାଧାନ କରିବା ପାଇଁ କାର୍ଯ୍ୟକରିଥାଏ । ଡା ଦାଶ ଏହି ସମ୍ମାନଜନକ ପଦବୀରେ ନିର୍ବାଚିତ ଭାରତର ତିନି ଜଣ ପ୍ରତିଷ୍ଠିତ ଏଣ୍ଡୋକ୍ରାଇନୋଲୋଜିଷ୍ଟଙ୍କ ମଧ୍ୟରୁ ଜଣେ । ସେ ପ୍ରମୁଖ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ଡା ଦାଶ ଏଣ୍ଡୋକ୍ରାଇନ୍ ସୋସାଇଟି ଅଫ୍ ଇଣ୍ଡିଆର ଜାତୀୟ ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି । ଏହା ବ୍ୟତୀତ ସେ ‘ଆର୍ଏସ୍ଏସ୍ଡିଆଇ’ ଏବଂ ‘ଏଆଇଏଏଆର୍ଓ’ର ରାଜ୍ୟ ଶାଖାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି । ନିକଟରେ ଡାକ୍ତର ଦିବସ ଅବସରରେ ଓଡିଶା ରାଜ୍ୟପାଳଙ୍କଠାରୁ ତାଙ୍କୁ "ଏଣ୍ଡୋକ୍ରାଇନ୍ ଲୁ୍ୟମିନାରି କ୍ଲିନିକାଲ୍ ଏବଂ ଏକାଡେମିକ୍ ଉକôର୍ଷତା" ସମ୍ମାନ ପ୍ରଦାନ କରାଯାଇଛି । ଡା ଦାଶଙ୍କ ଏହି ସଫଳତାରେ କିଟ୍, କିସ୍ ଏବଂ କିମ୍ସ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।