ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍ୟାପିତ : ଫୋଟ ପ୍ରଦର୍ଶନୀ ବୁଲି ଦେଖିଲେ ଧର୍ମେନ୍ଦ୍ର  

ଭୁବନେଶ୍ୱର : ନୂତନ ଭବିଷ୍ୟତ ନିର୍ମାଣର ‘ସୂତ୍ରଧର’ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଆୟୋଜିତ ୪ ଦିନିଆ ଚତୁର୍ଥ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଜୟଦେବ ଭବନରେ ସମାପ୍ତ ହୋଇଛି  । ଶୁକ୍ରବାର ଉସôବର ଶେଷ ଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ । ସେ ବିଭିନ୍ନ ଫଟୋ ଦେଖି ଫଟୋ ଉଠାଇଥିବା ବ୍ୟକ୍ତିଙ୍କ ପ୍ରଶଂସା କରିଥିଲେ  ।  ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ସମାଜସେବୀ ଡ. ଶ୍ରୁତି ମହାପାତ୍ର, କଟକ ହେରିଟେଜ୍ ୱାକ୍ ମୁଖ୍ୟ ଦୀପକ ସାମନ୍ତରାୟ, ମହାବୋଧି ସୋସାଇଟି ଅଫ ଇଣ୍ଡିଆର ଉପସଭାପତି ସୌରେନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ, ବରିଷ୍ଠ ବିଜେପି ନେତା ସଜ୍ଜନ ଶର୍ମା, ଗବେଷକ ଅନୀଲ ଧିର ଓ ତାମରନ ଇଣ୍ଡିଆର ସେଲ୍ସ ହେଡ୍ ରବି  ଶଙ୍କର ପ୍ରମୁଖ ଅତିଥିଭାବରେ ଉପସ୍ଥିତ ଥିଲେ । ଏ ଅବସରରେ ଓମ୍ ପ୍ରକାଶ ଶର୍ମା, ଦୁର୍ଗା ସାମନ୍ତରାୟ, ରନ୍ଧାକର ସାହୁ, ଏସ୍ ରାଜୀବ ଗୌରବ, ବିରଞ୍ଚି ନାରାୟଣ ମହାସୁପକାର ଓ ଶ୍ରୀନିବାସ ଘଟୁଆରୀଙ୍କୁ ‘ନବୀନ ସୂତ୍ରଧର ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲେ  । ସେହିପରି ଡ. ସନ୍ତୋଷ ମହାଳିକ, ଦେବଦତ୍ତ ମଲ୍ଲିକ, ଶମ୍ପଶ୍ରୀ  ମୁଣ୍ଡଙ୍କ ଫଟୋକୁ ଶ୍ରେଷ୍ଠ ପୁରସ୍କାର ଓ ବଳରାମ ଖଟୁଆ, ଚନ୍ଦନ ଦାସ, ପଲ୍ଲକରାଜ ପାଟ୍ଟଶାଣୀ, ସୁଜିତ କୁମାର ବିଶୋଇ, ସ୍ୱସ୍ତିକ ମହାନ୍ତି, ଗୌରୀଶଙ୍କର ପାତ୍ର ଓ ସବ୍ୟସାଚୀ ଜେନାଙ୍କୁ ଉଦୀୟମାନ ଫଟୋଗ୍ରାଫର ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ଟ୍ରଷ୍ଟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।