ବିଭିନ୍ନ ସ୍ଥାନରେ ଶିଶୁ ଦିବସ ପାଳିତ


 ନୟାହାଟ: ନୟାହାଟ ଫାଣ୍ଡି ଅନ୍ତର୍ଗତ ଯୋଗେଶ୍ୱପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଭୀମସେନ ରାୟଙ୍କ ତତ୍ତ୍ୱାବଧାନରେ ଶିଶୁ ଦିବସ ଓ ପୁରସ୍କାର ବିତରଣ ଉସôବ ପାଳିତ ହୋଇଯାଇଛି । ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ସ୍କୁଲ ସଭାପତି ପ୍ରସନ୍ନ ସ୍ୱାଇଁ, ଉପସଭାପତି କୃଷ୍ଣ ବାରିକ, ସମ୍ପାଦକ ମାନସ ସାହୁ, ଯୁଗ୍ମ ସମ୍ପାଦିକା ବିଷ୍ଣୁପ୍ରିୟା ନାୟକ, କୋଷାଧ୍ୟକ୍ଷ ବିମଳ କାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଶିଶୁ ଦିବସର ମହତ୍ତ୍ୱ ଏବଂ ସମାଜରେ ଶିଶୁର କର୍ତ୍ତବ୍ୟ ବିଷୟରେ ଅତିଥି ମାର୍ଗ ଦର୍ଶନ କରିଥିଲେ ।
ରାଜନଗର: ରାଜନଗର ବ୍ଲକ୍ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତର ଜରିମୂଳ ପ୍ରାଥମିକ ବିଦ୍ୟାଳୟରେ ତାଲୁକ୍ ଆଇନ ସେବା ସମିତି, ପଟ୍ଟାମୁଣ୍ଡାଇ ତରଫରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ସିନିୟର୍ ସିଭିଲ୍ ଜଜ୍ ତଥା ତାଲୁକ୍ ଆଇନ ସେବା ସମିତି ଅଧ୍ୟକ୍ଷା ବିଚାରପତି ସୁଶ୍ରୀସଙ୍ଗୀତା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ସିଭିଲ୍ ଜଜ୍ ଡି.କେ ବାଲକ୍ରିଷ୍ଣନ୍, ସିଆରସିସିଅମର ବେହୁରା ଓ ମଧୁସୂଦନ ସାହୁ ଶିଶୁ ଦିବସ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପଟ୍ଟାମୁଣ୍ଡାଇ ବାର ଆସୋସିଏସନର ଉପସଭାପତି ସୁରେଶ ନରେନ୍ଦ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷୟତ୍ରୀ ଆଶାଲତା ରାଉତ,ପ୍ୟାନେଲ୍ ଲୟାର ବରିଷ୍ଠ ଆଇନଜୀବୀ ଧୀରେନ୍ଦ୍ର ନାଥ ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ସରୋଜ ଭୂୟାଁ ଓ ସଦସ୍ୟ ଚନ୍ଦ୍ରଚନ୍ଦନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବିଚାରପତି ସୁଶ୍ରୀସଙ୍ଗୀତା ମଲ୍ଲିକ ପ୍ରଥମେ ଜବାହାରଲାଲ୍ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କଦ୍ୱାରା ଅତିଥି ବନ୍ଦନା ନୃତ୍ୟ ପରିବେଷଣ କରାଯାଇଥିଲା । ତାଲୁକ ଆଇନ ସେବା ସମିତି ପକ୍ଷରୁ ସାଧାରଣ ଜ୍ଞାନ ଓ ମୁ୍ୟଜିକ୍ ଚେୟାର ପ୍ରତିଯୋଗିତା କରାଯାଇଥିଲା । ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ସୋନାକ୍ଷୀ ମିଶ୍ର ପ୍ରଥମ, ସୂର୍ଯ୍ୟରଞ୍ଜନ ପଣ୍ଡା ଦ୍ୱିତୀୟ ଓ ଆୟୂଷ ରାଉଳ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମୁ୍ୟଜିକ୍ ଚେୟାରରେ ଶୁଭସନ୍ଧ୍ୟା ଭୂୟାଁ ପ୍ରଥମ, ଶ୍ରେୟାଶୀ ପରିଡ଼ା ଦ୍ୱିତୀୟ ଓ ଦିବ୍ୟାଙ୍କା ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ । ସମସ୍ତ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବିଚାରପତି ସୁଶ୍ରୀସଙ୍ଗୀତା ମଲ୍ଲିକ ଓ ବିଚାରପତି ଡି.କେ.ବାଲକ୍ରିଷ୍ଣନ୍ ପୁରସ୍କାର ବିତରଣ କରିଥିଲେ । ଶେଷରେ କୃଷ୍ଣଚନ୍ଦ୍ର ସାହିତ୍ୟ ସଂସଦର ସମ୍ପାଦକ ସୁଶ୍ରୀକାନ୍ତ ପରିଡା ଧନ୍ୟବାଦ ଦେଇଥିଲେ ।
ଜଟଣୀ:ପୂର୍ବତଟ ରେଲୱେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ଖୋର୍ଦ୍ଧାରୋଡ ପକ୍ଷରୁ ଶିଶୁ ଦିବସ ପାଳନ କରାଯାଇଛି । ପି.କେ ବେହେରା ଡିଷ୍ଟ୍ରିକ୍ଟ୍ ଚିଫ୍ କମିଶନର ଏବଂ ଖୋର୍ଦ୍ଧାରୋଡ଼ ମଣ୍ଡଳ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉସôବରେ ପିଲାଙ୍କୁ ଉସôାହିତ କରିବା ପାଇଁ ପଙ୍କଜ କୁମାର ନାଗ୍ୱାଣି ଡିଷ୍ଟ୍ରିକ୍ଟ୍ କମିଶନର ଏବଂ ସିନିଅର ଡି.ଇ.ଏନ୍ ଖୋର୍ଦ୍ଧାରୋଡ଼ ନିବେଦିତା ସିଂ, ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ୍ କମିଶନର (ଗାଇଡ୍ସ) କେ.ଏସ୍.ଭାସ୍କର ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ୍ କମିଶନର ସ୍କାଉଟ୍, ରଞ୍ଜିତ କୁମାର ଦାସ, ଏସ.ଓ.ସି (ସ୍କାଉଟ୍ସ), ପୂର୍ବତଟ ରେଳପଥ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ୍ସ ଏବଂ ପିଲା ମାନଙ୍କର ମାତା ପିତା ଉପସ୍ଥିତ ଥିଲେ । ଏହି ଅବସରରେ ଭାଷଣ ଦେଇ ଶ୍ରୀ ପି.କେ ବେହେରା ସମସ୍ତ ପିଲାମାନଙ୍କୁ ସ୍କାଉଟ୍ସ ଏବଂ ଗାଇଡ୍ସ ସଙ୍ଗଠନ ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟକଳାପ ପାଇଁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ସ୍କାଉଟ୍ସ ଏବଂ ଗାଇଡ୍ସର ପିଲାଙ୍କ ଦ୍ୱାରା ଏକ ରଙ୍ଗୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଖୋର୍ଦ୍ଧାରୋଡ଼ ହେଡ୍ କ୍ୱାର୍ଟର୍ ଓପନ୍ ଗ୍ରୁପ୍ ଲିଡର ସ୍ମୃତି ରଂଜନ ଦାସଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ ସସ୍ମିତା ପରିଡ଼ା ଫ୍ଲକ୍ ଲିଡର ଏବଂ ଲାଲା ଶଙ୍କର ରାୟ କବ ମାଷ୍ଟରଙ୍କ ଦ୍ୱାରା ଆୟୋଜନ କରଯାଇଥିଲା ।
ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ମୂଳିସିଂହ ଠାରେ ଥିବା ସେ ଜାଭିୟର୍ସ ପବ୍ଲିକ୍ ସ୍କୁଲରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଚାଚା ନେହେରୁଙ୍କ ୧୩୫ତମ ଜୟନ୍ତୀ ଓ ଶିଶୁ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ଅଧ୍ୟକ୍ଷା ଜ୍ୟୋତିମୟୀ ମହାରଣାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଯୋଗଦେଇ ଶିଶୁମାନେ ହିଁ ଦେଶର ଭବିଷ୍ୟତ, ତେଣୁ ସେମାନଙ୍କ ଶାରୀରିକ ଓ ବୈାଦ୍ଧିକ  ବିକାଶ ହିଁ ଦେଶର ବିକାଶ ବୋଲି ମତପ୍ରକାଶ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରଭାତ ଗୁଇଁ, ଶିକ୍ଷକ ଅଶୋକ ବେହେରା, ଶିକ୍ଷୟିତ୍ରୀ ମୋନାଲିସା ଭଟ୍ଟ, ସସ୍ମିତା ବିଶ୍ୱାଳ, ପ୍ରିୟଙ୍କା ମଣ୍ଡଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱାଧୀନ ଭାରତ ନିର୍ମାଣରେ ପଣ୍ଡିତ ନେହେରୁଙ୍କ ସାମଗ୍ରିକ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଓ ସାରସ୍ୱତ ସାଧକ ହିମାଂଶୁ ଆଚାର୍ଯ୍ୟଙ୍କ ୬୫ତମ ଜନ୍ମଦିନ ପର୍ତ୍ତୂି ଉପଲକ୍ଷେ ଅନୁଷ୍ଠାନ ତରଫରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନୁଷ୍ଠାନ ନିଦେ୍ର୍ଦଶକ ବିକ୍ରମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ତିର୍ତ୍ତୋଲ: କୋଷ୍ଟି ମଲ୍ଲୀକାପୁର ପଞ୍ଚାୟତ ମାଲଣ୍ଡରେ ଥିବା ଭାରତୀ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଏକ ଅଭିନବ ଢଙ୍ଗରେ ଶିଶୁ ଦିବସ ପାଳନ କରାଯାଇଛି । ପ୍ରଧାନଶିକ୍ଷକ ବିଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ପ୍ରାକ୍ତନ ଶିକ୍ଷକ ନାରାୟଣ ପ୍ରସାଦ ପଣ୍ଡା, ମୁଖ୍ୟ ବକ୍ତା ପରିଚାଳନା କମିଟି ଅଧ୍ୟକ୍ଷ ବିଜୟ ନନ୍ଦୀ, ସମ୍ମାନିତଅତିଥି ଉପାଧ୍ୟକ୍ଷ ପ୍ରଶନ୍ନ ସସ୍ମିତା ବିଶ୍ୱାଳ ଯୋଗଦେଇ ଶିଶୁର ବିକାଶ ଦେଶର ବିକାଶ ବୋଲି ଅଭିବ୍ୟକ୍ତ କରିଥିଲେ । ଶିଶୁ ହସିଲେ ଦେଶ ହସିବ, ଆଜିର ଶିଶୁ କାଲିର ଭବିଷ୍ୟତ, ଶିଶୁ ମାନଙ୍କୁ ଅବହେଳା କରିବା ଅକ୍ଷମଣୀୟ ଅପରାଧ ବୋଲି ସୂଚନା ପ୍ରଦାନ କରିଥିଲେ । ନେହୁରୁ ଥିଲେ ବିଂଶ ଶତାଧିର ମହା ମାନବ, ତାଙ୍କର ଜନ୍ମ ତିଥିକୁ ଶିଶୁ ଦିବସ ଭାବରେ ଉସôର୍ଗୀକୃତ କରି ସେ ଇତିହାସରେ ଅମର ହୋଇ ଯାଇଛନ୍ତି ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ଛାତ୍ର ଛାତ୍ରୀଙ୍କୁ ପୁଷ୍ପ ଓ ଫୁଲ ଚନ୍ଦନ ଦେଇ ମିଷ୍ଠାନ ବଣ୍ଟନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତାକ୍ଷର, ଚିତ୍ରାଙ୍କନ, ସାଧାରଣ ଜ୍ଞନ, ବକ୍ତୃତା ଓ ଶିଶୁ ସଂଗୀତ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । ସୁରଭି କାର୍ଯ୍ୟକ୍ରମରେ ବ୍ଲକ୍ସ୍ତରୀୟ ବକ୍ତୃତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଆଶୁତୋଷ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉସôବକୁ ବିଦ୍ୟାଳୟର ଶିକ୍ଷକ ଅଭୟ କୁମାର ସ୍ୱାଇଁ, କୈଳାଶ ଚନ୍ଦ୍ର ନନ୍ଦ, ସାରଦା ଚରଣ ବେହେରା, ଶିକ୍ଷୟିତ୍ରୀ କିରଣ ବାଳା ରାଉତ, ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା, ପାର୍ବତୀ ନନ୍ଦୀ, ଝରଣା ଖଟୁଆ, ସସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡା: ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଇଣ୍ଟର ନ୍ୟାସନାଲ ଟିଚର୍ସ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯଇଛି । ପ୍ରାଧିକରଣର ସଚିବ ସୁମିତ୍ରା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟ ରଖିବା ସହ ଭଲ ପାଠପଢି ଭବିଷ୍ୟତରେ ଜଣେ ସୁନାଗରିକ ହୋଇ ଦେଶ ଦଶର ନାମ ରଖିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ ସାହୁ, ଶିଶୁ ସୁରକ୍ଷା ସମିତିର ଚେୟାରମ୍ୟାନ ସ୍ୱାଗତିକା ପାତ୍ର, ଇଣ୍ଟର ନ୍ୟାସନାଲ ଟିଚର୍ସ ସ୍କୁଲର ସଭାପତି ପ୍ରଭାତ ପରିଡା ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଆଇନଜୀବୀ ଅନନ୍ତ ବିହାରୀ ଶତପଥୀ, ଗଗନ ବିହାରୀ ଖଟୁଆ, ଶାଶ୍ୱତ ନିର୍ମଳ ଦାସ, ଦେବାଶିଷ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ, ଶ୍ରୀକାନ୍ତ ସ୍ୱାଇଁ, ସାନ୍ତନୁ ବଳ ଓ ବରଦା ପ୍ରସନ୍ନ ବଳ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । 
 ପୁରୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ଜନ୍ମତିଥି ଶିଶୁ ଦିବସ ରୂପେ ପାଳିତ ହୋଇଯାଇଛି । ଶିଶୁମାନଙ୍କର ପ୍ରିୟ ଚାଚା ନେହେରୁଙ୍କ ଜୟନ୍ତୀ ବିଦ୍ୟାଳୟମାନଙ୍କରେ ଉସôାହ ଉଦ୍ଦୀପନାର ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି । ଲୋକନାଥ ରୋଡ଼୍ ସ୍ଥିତ ସାରସ୍ୱତ ବିଦ୍ୟାନିକେତନ, ମଧୁବନ ସ୍ଥିତ ବିନାୟକ ବିଦ୍ୟାମନ୍ଦିର, ମଧୁବନ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ହରଚଣ୍ଡୀ ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ କରତି ସାହି ସ୍ଥିତ ସାରସ୍ୱତ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ପଣ୍ଡିତ ଚାଚା ନେହେରୁଙ୍କର ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସ୍କୁଲରେ ସଂଗୀତ, ନୃତ୍ୟ, ବକ୍ତୃତା ଆଦି ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।