ରାଜ କୁନ୍ଦ୍ରାଙ୍କ ପାଇଁ ବଢିଲା ଅଡୁଆ :ପର୍ଣ୍ଣୋଗ୍ରାଫି ମାମଲାରେ ଇଡିର ସମନ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ପ୍ରଯୋଜକ ରାଜ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡୁଆ । ୨୦୨୧ ପର୍ଣ୍ଣୋଗ୍ରାଫି ମାମଲାରେ ଚଢ଼ାଉ ପରେ ଏବେ ପଚରାଉଚରା ପାଇଁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୋମବାର ଦିନ ୧୧ଟାରେ ମୁମ୍ବାଇ ଅଫିସରେ ହାଜର ହେବାକୁ କୁହାଯାଇଛି ।ଦୁଇ ଦିନ ତଳେ କୁନ୍ଦ୍ରାଙ୍କ ଘର ସମେତ ମୁମ୍ବାଇ ଓ ଉତ୍ତରପ୍ରଦେଶର ୧୫ଟି ସ୍ଥାନରେ ଚଢ଼ାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌ । ୨୦୨୧ରେ ପର୍ଣ୍ଣୋଗ୍ରାଫି ମାମଲାରେ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ୨ ମାସ ଜେଲରେ ରହିବା ପରେ ଜାମିନ ପାଇ ମୁକୁଳିଥିଲେ ରାଜ କୁନ୍ଦ୍ରା । ଏବେ ପୁଣି ଥରେ ଇଡି ଜାଲରେ ଛନ୍ଧି ହୋଇଛନ୍ତି ।