ରାସ୍ତାରେ ପାଣି, ହନ୍ତସନ୍ତ ଛାତ୍ରଛାତ୍ରୀ
ନୂଆପଡା: ଖଡିଆଳ ଗୋଶାଳା ପଛପଟେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ କୁନିକୁନି ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ସେମାନେ ଯିବା ରାସ୍ତାରେ ଜଳଯୋଗାଣ ଅଫିସ ଠାରେ ପାଣି ପାଇଁ ପ୍ରତିଦିନ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କେଉଁ କାଳରୁ ଏକ ଟ୍ରାକ୍ଟର ପଡ଼ି ରହିଥିବାରୁ ରାସ୍ତା ସଂକୁଚିତ ହୋଇଛି । ଏ ଦିଗରେ ଶ୍ରୀଅରବିନ୍ଦ ଟ୍ରଷ୍ଟ ପକ୍ଷରୁ ଜେଇଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଧାର ଆସୁନି । ଯାହାଫଳରେ ଛାତ୍ରଛାତ୍ରୀ, ଅଭିଭାବକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତେଣୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜଳ ଯୋଗାଣ ବିଭାଗ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।