ବନ୍ଦ ହେଲା ହୀରାକୁଦର ୪ ଗେଟ
ସମ୍ବଲପୁର: ହୀରାକୁଦ ଡ୍ୟାମର ୪ଟି ଗେଟ୍ ବନ୍ଦ ହୋଇଛି। ଏବେ ହୀରାକୁଦରୁ ମୋଟ୍ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଜଣାଯାଇଛି। ଫଳରେ ତଳିଆ ଅଞ୍ଚଳରେ ଚାଷ ଜମି ବୁଡିବା ସହିତ ଗାଁରେ ମଧ୍ୟ ପାଣି ପଶିଛି । କିନ୍ତୁ ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ କ୍ଷୟକ୍ଷତି ରିପୋର୍ଟ ଦେବାକୁ ସ୍ବତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ଲଗାଣ ବର୍ଷା ଯୋଗୁଁ ଫୁଲିଛି ମହାନଦୀ। ଆଉ ତଳିଆ ଅଂଚଳରେ ଥିବା ଗାଁ ଗଣ୍ଡା, ଜମିରେ ପାଣି ପଶିଛି। ଏ ହେଉଛି ତିନି ସ୍ଥାନର ଚିତ୍ର । କଟକ ଜିଲ୍ଲା ବାଙ୍କିର ବିଲିପଡାରୁ ତାଳବସ୍ତା ରାସ୍ତାରେ ୪ ଫୁଟର ବନ୍ୟା ପାଣି ଚାଲିଛି। ହେକ୍ଟର ହେକ୍ଟର ଜମିରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏ ହେଉଛି ଆଠଗଡର ଚିତ୍ର । ସୋମପଡାରୁ ଖଣ୍ଡହତା ଗାଁକୁ ସଂଯୋଗ କରୁଥିବା ବଡବନ୍ଧିଆଣି ରାସ୍ତା ସହ ପୋଲ ଉପରେ ୩ ଫୁଟର ଜଳ ପ୍ରବାହିତ ହେଉଛି । ପିପିଲି କଣାସରେ ବି ସମାନ ସ୍ଥିତି । ୪ଟି ପଂଚାୟତରେ ଥିବା ଜମିରେ ପାଣି ମାଡିଯିବାରୁ ଚିନ୍ତାରେ ଚାଷୀ ।