ରୋଟାରୀ ସେଣ୍ଟ୍ରାଲ ଓ ଷ୍ଟେୱାର୍ଟ ସ୍କୁଲର ଜନସଚେତନତା
କଟକ : ରୋଟାରୀ କ୍ଲବ କଟକ ସେଣ୍ଟ୍ରାଲ ଓ ଷ୍ଟେୱାର୍ଟ ସ୍କୁଲ କଟକର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଓ ପଥ ପ୍ରାନ୍ତ ନାଟକ କ୍ଲବର ସଭାପତି ନଳିନୀ ମହାପାତ୍ରଙ୍କ ନେତୃତ୍ୱତରେ ଅନୁଷ୍ଠିତ ହୋଇଥିଲା । ଏହି ସତନ୍ତ୍ର ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କ୍ୟାଟର ପୂର୍ବତନ ଉପାଧକ୍ଷ ମନୋରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କ ଏଭଳି କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ । ପିଲାମାନେ ସ୍ୱଚ୍ଛତା ଓ ମୋବାଇଲର ଅପବ୍ୟବହାର ଉପରେ ଲେଖାଥିବା ପ୍ଲା କାର୍ଡ ଧରିବା ସହିତ ସ୍ଲୋଗାନ ମାଧ୍ୟମରେ ଜନସଚେତନ କରିବା ସହିତ କଟକ ଚଣ୍ଡୀ ଛକ ଓ କଲେଜ ଛକରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ଏହି ସହରକୁ ସଫା ସୁତରା ରଖିବା ସହିତ ମୋବାଇଲର ସଦବ୍ୟବହାର କରିବା ପାଇଁ ନାଟକ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଷ୍ଟେୱାର୍ଟ ସ୍କୁଲ ସମ୍ପାଦକ ବିଭୂଦୁତ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ କ୍ଲବ ସମ୍ପାଦକ ସତ୍ୟ ଗୋପାଳ ପରିଜା ଓ ସ୍କୁଲ ଅଧକ୍ଷା ଡି ମାର୍ଟିନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ପ୍ରଶାନ୍ତ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଏବି ମହାପାତ୍ର, ଦିଲୀପ ପଟନାୟକ, ଅର୍ଚ୍ଚନା ଦାସ କାନୁନଗୋ, ଧନଞ୍ଜୟ ମୁଣ୍ଡ, ଶିବାଶିଷ ସୂର, ଦୀପକ କୁମାର ମହାନ୍ତି, ଜ୍ୟୋତି ରଞ୍ଜନ ସିଂ, ବିଦୁ୍ୟତ କୁମାରୀ ଲାଲା, ବ୍ୟୋମକେଶ ପୃଷ୍ଟି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅଭିଯାନରେ ଷ୍ଟେୱାର୍ଟ ସ୍କୁଲର ଏନସିସି, ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ ।