ଶୁଣିଲାନି ପ୍ରଶାସନ, ଡ୍ରେନ୍ ସଫା କଲେ ଗ୍ରାମବାସୀ

ନୀଳଗିରି: ନୀଳଗିରି ସହରରେ ବସବାସ କରୁଥିଲେ ମଧ୍ୟ ଗାଁ ମଫସଲ ଭଳି ଜୀବନ ବିତାଉଛନ୍ତି ଲୋକେ । ଏଭଳି ଚିତ୍ର ନୀଳଗିରି ଏନଏସି ୬ ନମ୍ବର ୱାର୍ଡ ବାରିକସାହି ଅଞ୍ଚଳରେ ଦେଖିବାକୁ ମିଳିଛି । ଗାଁକୁ ଆସିଥିବା ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅର୍ଥ ବିନିଯୋଗ ହୋଇପାରୁ ନାହିଁ । ଫଳରେ ବର୍ଷା ଦିନରେ ଡ୍ରେନରୁ ଆବର୍ଜନା ପାଣି ବାହାରି ରାସ୍ତା ଉପରେ ଚାଲୁଛି । ଡ୍ରେନ ଏବେ ପୋତି ହୋଇ ଯାଇଥିବା ବେଳେ ଛୋଟ ପୋଲଟି ଭୁଶୁଡି ପଡିଛି । କିଛି ଲୋକ ଜବରଦଖଲ କରିଥିବା ଯୋଗୁ ଓସାର ରାସ୍ତା ହୋଇ ପାରିନାହିଁ । ଗାଁକୁ ଆମ୍ବୁଲାନ୍ସ କିମ୍ବା ଫାୟାର ଗାଡି ଆସୁ ପାରୁନଥିବା ବେଳେ ଏବେ  ବସବାସ କରୁଥିବା ସହରବାସୀ ଆଉ ପ୍ରଶାସନକୁ ଭରଷା ନକରି ନିଜେ ଡ୍ରେନ ସଫା କରୁଥିବା ବେଳେ ନିଜସ୍ୱ ଖର୍ଚ୍ଚରେ ପୋଲ ନିର୍ମାଣ କରୁଛନ୍ତି । ତେବେ ଇଲେକ୍ସନ ସମୟରେ ନେତା ଆସି ଦେଉଥିବା ପ୍ରତିଶୃତି ପାଣିରଗାର ପାଲଟି ଥାଏ । ଏଭଳି ଘଟଣା ନେଇ ନୀଳଗିରି ଅଧକ୍ଷ ମେହେନ୍ଦ୍ରନାଥ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜବରଦଖଲ ପାଇଁ ଅର୍ଥ ଥାଇବି କାମ ହୋଇପାରୁନଥିବା ବେଳେ ଡ୍ରେନ ଉପରେ ସ୍ଲାବ ପକାଇ ରାସ୍ତା କାମ ଖୁବଶୀଘ୍ର ହେବ ବୋଲି କହିଥିଲେ । ଏପରି ବିଳମ୍ବକୁ ଅପେକ୍ଷା ନକରି ଗ୍ରାମବାସୀ ରାସ୍ତା କାମ କରିଥିବା ପ୍ରକାଶ କରାଯାଇଛି ।