ଲାଞ୍ଚ ନେଇ ଧରା ପଡିଲେ ଜଙ୍ଗଲୀ ବାବୁ

ଭଞ୍ଜନଗର: ଧରାପଡିଗଲା ଜଙ୍ଗଲୀ ବାବୁଙ୍କ ଲାଞ୍ଚ କାରବାର l କାଠ ଗାଡି ଛାଡିବା ପାଇଁ ମାଫିଆଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅଧିକାରୀ l କାଠ ଭର୍ତ୍ତି ଗାଡି ଛାଡିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଏବେ ଅଞ୍ଚଳରେ ଭାଇରାଲ୍ ହେଉଛି ।  ବୁଗୁଡ଼ା ବନ ବିଭାଗ କାର୍ଯ୍ୟାଳୟ ପରିସର କ୍ଵାର୍ଟରରେ ଜଣେ କାଠ ମାଫିଆ ନିଜ ଗାଡି ଛାଡିବା ପାଇଁ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି l ତେବେ ସରକାର ଜଙ୍ଗଲ ବୃଦ୍ଧି ପାଇ ବିଭିନ୍ନ ଯୋଜନା କରୁଥିବା ବେଳେ ଏଠି କିନ୍ତୁ ବାବୁ ନିଜ ସ୍ୱାର୍ଥ ଲାଗି ଗଛ କାଟି ଚାଲାଣ କରିବା ପାଇଁ ମାଫିଆ ମାନଙ୍କୁ ପୁରା ସହଯୋଗ କରୁଛନ୍ତି l  ଜଣେ ଅଧିକାରୀ କାର୍ଯ୍ୟାଳୟ ପରିସରରେ ମାଫିଆଙ୍କ ସହ ଲାଞ୍ଚ କାରବାର କରୁଥିବା ଭିଡ଼ିଓ ସାମ୍ନାକୁ ଆସିବା ପରେ ବନ ବିଭାଗର ଅସଲ ଗୁମର ଖୋଲିଯାଇଛି l ଅନ୍ୟପଟେ ଭିଡ଼ିଓ ବିଷୟରେ ସେ କିଛି ଜାଣିନଥିବା ଏବଂ କାହା ଠାରୁ ଲାଞ୍ଚ ନେଇନଥିବା କହୁଛନ୍ତି l