କୁଆପଥର ବର୍ଷାରେ ୬୧ ମୃତ

ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ ସର୍ବାଧିକ ଲୋକ ପ୍ରାଣ ହରାଇଛନ୍ତି। ଗୁରୁବାର ଏହି ଜିଲାରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହା ବ୍ୟତୀତ ପାଟନା, ଭୋଜପୁର, ସିଓ୍ବାନ ଏବଂ ଗୟା ଜିଲାରେ ବଜ୍ରପାତରେ ୪ ଜଣ ଲେଖାଏ, ଗୋପାଳଗଞ୍ଜ ଏବଂ ଜାମୁଇରେ ୩ ଜଣ ଲେଖାଏ, ମୁଜାଫରପୁର, ଜେହାନାବାଦ, ସରନ ଏବଂ ଅରଓ୍ବାଲରେ ୨ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ବେଗୁସରାଇ, ଦରଭଙ୍ଗା, ସହର୍ସା, କଟିହାର, ମୁଙ୍ଗେର୍‌, ମାଧେପୁରା, ଅରାରିଆ ଏବଂ ଭାଗଲପୁରରେ ବଜ୍ରପାତ ଜଣେ ଲେଖାଏ ଲୋକଙ୍କ ଜୀବନ ନେଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ଘୋଷଣା କରିଛନ୍ତି। ବର୍ଷା ପବନରେ ଗଛ ପଡ଼ି ଅନେକ ରାସ୍ତା ଅବରୋଧ ହୋଇଥିବାବେଳେ ସେଗୁଡ଼ିକୁ ହଟାଇବା କାର୍ଯ୍ୟରେ ପୋଲିସକୁ ନିୟୋଜିତ କରାଯାଇଛି।