ଲୁଚିଯାଉଛି ମୂଲ୍ୟବାନ ଐତିହାସିକ ତଥ୍ୟ!
ପ୍ରନôତ୍ୱାତ୍ତିକ ଖନନ, ଅନୁସନ୍ଧାନ ସର୍ବୋପରି ଉପଯୁକ୍ତ ଗବେଷଣା ଅଭାବରୁ ବହୁ ପୁରାତନ ମୂଲ୍ୟବାନ କିର୍ତ୍ତିରାଜୀ ଓ ଐତିହାସିକ ତଥ୍ୟ ଲୁଚିଯାଉଛି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଧାନଚାଙ୍ଗଡ଼ା ଏବଂ କାଳିଆପଲ୍ଲୀ ଅଞ୍ଚଳ କଣ୍ଟିଲୋ ନୀଳମାଧବଙ୍କ ପ୍ରଥମ ପୂଜକ ବିଶ୍ୱାବସୁଙ୍କ ଗଡ଼ ବୋଲି ବିଶ୍ୱାସ କରାଯାଏ । ଧାନଚାଙ୍ଗଡ଼ା ଗ୍ରାମରେ ଥିବା ବିଲମାନଙ୍କରୁ ମାଟିତଳୁ ପୂର୍ବରୁ ବିଭିନ୍ନ କିସମର ବହୁ ପୁରାତନ ମୂର୍ତ୍ତି, ଅସ୍ତ୍ରଶସ୍ତ୍ର, ତାମ୍ରଫଳକ, ମାଟିରେ ତିଆରି ଘରକରଣ ସାମଗ୍ରୀ ସମେତ ଅନ୍ୟ ବିରଳ ସାମଗ୍ରୀ ଉଦ୍ଧାର କରାଯାଇଥିଲା । ୨୦୦୩ ମସିହାରେ ସମ୍ପୃକ୍ତ ଧାନଚାଙ୍ଗଡ଼ା ଗ୍ରାମର ଗହିର ମଧ୍ୟରୁ ୩ଟି ଦୁର୍ଲଭ ତାମ୍ରଫଳକ ଉଦ୍ଧାର କରାଯାଇଥିଲା । ଏସବୁ ଫଳକରେ ସଂସ୍କୃତ ଏବଂ କୁଶୀଳ ଭାଷାରେ ତତ୍କାଳୀନ ରାଣୀ ପୃଥୀ ମହାଦେବୀଙ୍କ ନାମ ଖୋଦିତ ହୋଇଥିଲା । ଅନ୍ୟପକ୍ଷରେ ଏସବୁ ଫଳକ ଭୌମ୍ୟ ରାଜବଂଶ ସମୟର ବୋଲି ଗବେଷକମାନେ ମତ ଦେଇଛନ୍ତି । ଏ ସବୁ ଫଳକ ଗୁଡ଼ିକରେ ଭୌମ୍ୟ ରାଜବଂଶର ରାଜା ଶାନ୍ତିକର ଦେବ ଲେଖା ଯାଇଥିବାବେଳେ ଏକ ବୃଷଭର ଚିତ୍ର ମଧ୍ୟ ରହିଥିଲା । ଏବେ ଏହି ଫଳକଗୁଡ଼ିକ ରାଜ୍ୟ ସଂଗ୍ରହାଳୟରେ ରଖାଯାଇଥିଲା ବେଳେ ମାଟି ତଳୁ ବାହାରିଥିବା କେତେକ ମୂର୍ତ୍ତି ଏବଂ ଅସ୍ତ୍ରଶସ୍ତ୍ର ଧାନଚାଙ୍ଗଡ଼ା ଗ୍ରାମରେ ମହଜୁଦ ରହିଛି । ଏହି ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ଜେନା ମଧ୍ୟ କେତେକ ପୁରାତନ ମାଟି ତିଆରି ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଯନôର ସହିତ ନିଜ ପାଖରେ ରଖିଛନ୍ତ । ତେବେଏଭଳି ଉଚାଙ୍ଗ ଐତିହାସିକ ଏବଂ ପୌରାଣିକ ତଥ୍ୟ ବହନ କରି ଆସିଥିବା ଏହି ଅଞ୍ଚଳରେ ଏଯାବତ୍ ପ୍ରନôତତ୍ତ୍ୱ ବିଭାଗ ପକ୍ଷରୁ ଖନନ କରାଯାଇଛି ନାହିଁ । ଅନ୍ୟପକ୍ଷରେ ଏସମ୍ପର୍କରେ ଅଧିକ ଗବେଷଣା କରାଯାଉନଥିବାରୁ ଓଡ଼ିଶାର ଏକ ଗୌରବମୟ ଇତିହାସ ଏବେ ଅନ୍ଧାରଗହ୍ୱରେ ଏକପ୍ରକାର ଲୁକାୟିତ ଅବସ୍ଥାରେ ରହିଯାଇଛି । ସେହିଭଳି ଖଣ୍ଡପଡ଼ା ବ୍ଲକ ବନମାଳିପୁର ଗ୍ରାମ ଉପକଣ୍ଠରେ ଅନୁରୂପ ଭାବେ ଅନେକ ପୁରାତନ ମାଟି ଓ ପଥର ସାମଗ୍ରୀ ମାଟି ତଳୁ ଉଦ୍ଧାର କରାଯାଇଥିଲା । ଏହି ସାମଗ୍ରୀ ଗୁଡ଼ିକର ମଧ୍ୟ ଗବେଷଣା କରାଗଲା ନାହିଁ ବା ସେଠାରେ ଖନନ ମଧ୍ୟ କରାଗଲା ନାହିଁ । ପ୍ରଶାସନର ଏଭଳି ଦୂରଦୃଷ୍ଟିହୀନତା ଯୋଗୁଁ ଏହି ଦୁଇଟି ସ୍ଥାନର ଐତିହାସିକ ତଥ୍ୟାବଳୀ ସମ୍ପୂର୍ଣ୍ଣ ଲୋକଲୋଚନ ଆଢ଼ୁଆଳରେ ରହିଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।