ଶିକାରୀ ଆକ୍ରମଣରେ ବନ କର୍ମଚାରୀ ଆହତ
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ଶିକାରୀ ଓ ବନକର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଶିକାରୀ ଆକ୍ରମଣରେ ବନ କର୍ମଚାରୀ ଆହତ ହୋଇଥିବା ଜଣାପଡିିଛି । ପ୍ରକାଶ ଯେ, ସନ୍ତରାଗଡ଼ିଆ ବିଟ ଅଧିନ ଗୁଡିଖାଣିଆ ଅଞ୍ଚଳରେ କିଛି ଶିକାରୀ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବା ନେଇ କୁଳଡିହା ବନବିଭାଗ ଜାଣିବାକୁ ପାଇଥିଲା । ଏ ନେଇ ଏସିଏଫ ସୁବ୍ରତ ବେହେରା ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀଙ୍କୁ ତୁରନ୍ତ ଚଢ଼ାଉ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ପରେ ନିଜେ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ହେଲେ ସେତେବେଳକୁ ଶିକାରୀ ବନ କର୍ମଚାରୀଙ୍କୁ ଆକ୍ରମଣ କରି ସାରିଥିଲେ । ଜାମ୍ବଦା ଅଞ୍ଚଳର ମାଧ ସିଂ ଓ ଶିବ ସିଂ ବନ୍ଧୁକ ଧରି ଆସୁଥିବା ବେଳେ ବନ କର୍ମଚାରୀ ତାଙ୍କୁ ଅଟକାଇ ଥିଲେ । ହେଲେ ଶିକାରୀ ମାଧ ସିଂ ବନକର୍ମଚାରୀ ମହେଶ୍ୱର ବେହେରାଙ୍କୁ ବନ୍ଧୁକରେ ମୁଣ୍ଡକୁ ଆଘାତ କରିଥିଲା । ତାଙ୍କୁ କାବୁ କରାଯାଇଥିବା ବେଳେ ଶିବ ସିଂ ଫେରାର ହୋଇ ଯାଇଥିଲା । ଏ ନେଇ ବନ ବିଭାଗ ଏକ ମାମଲା ରୁଜୁ କରିଥିବା ବେଳେ ଆକ୍ରମଣ ନେଇ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।