କୋର୍ଟ ନିଦେ୍ର୍ଦଶରେ ପୈତୃକ ସଂପତ୍ତି ଉଚ୍ଛେଦ

ନୀଳଗିର: ଗତ ୧୨ ବର୍ଷ ଧରି ଜଣେ ଘରୋଇ ମାଲିକଙ୍କ ଜମିକୁ ଜବରଦଖଲ କରି ଗୃହ ନିର୍ମାଣ କରି ରହିଆସୁଥିଲେ । ୫ ବର୍ଷପୂର୍ବେ ଉକ୍ତ ଜମି ମାଲିକଙ୍କ ମୃତୁ୍ୟ ପରେ ତାଙ୍କ ପୁଅ ନ୍ୟାୟ ପାଇଁ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।  
ମାନ୍ୟବର କୋର୍ଟଙ୍କ ନିଦେ୍ର୍ଦଶରେ ଆଜି ଜବରଦଖଲ ଉଛେଦ ହୋଇଛି । ସୂଚନା ଅନୁଯାୟୀ ନୀଳଗିରି ଥାନା ଅଧିନ ଘାଟଘର ସାହି ଗ୍ରାମର ନିଜଗଡ ମୌଜାର  ୧୫୧୩ନଂ ପ୍ଲଟ ବାଜେ ଫସଲ କିସମ -୨ରେ ୫୦ ଡେସିମିଲ ଜମିକୁ  ନରସିଂହପୁର ପଞ୍ଚାୟତ ତିନିଦେଶ ଗ୍ରାମର ଲଳିତ ମହାପାତ୍ରଙ୍କ ବାପା ୨୦ବର୍ଷ ତଳେ ଏହି ଜମିକୁ କିଣିଥିଲେ । ମାତ୍ର ମହାପାତ୍ର ପରିବାର ଉକ୍ତ ଜମିରେ ନରହି ପୈତୃକଘର ତିନିଦେଶ ଓ ବାଲେଶ୍ୱରରେ ରହିଆସୁଥିଲେ । ଗତ ୧୨ବର୍ଷ ତଳେ କିଛି ଆଦିବାସୀ ବ୍ୟକ୍ତି ଉକ୍ତ ଜମି ଉପରେ ବେଆଇନ ଭାବେ ଗୃହନିର୍ମାଣ କରି ବସବାସ  କରିଆସୁଥିଲେ । 
ଗତ ୫ ବର୍ଷ ତଳେ ଲଳିତ ମହାପାତ୍ରଙ୍କ ପିତାଙ୍କ ଦେହାନ୍ତ ପରେ ପୁଅ ଲଳିତ ବହୁବାର ଜବରଦଖଲକାରୀଙ୍କୁ ଉକ୍ତ ଜମିରୁ ହଟିଯିବା ପାଇଁ ନିବେଦନ କରିଥିଲେ । ମାତ୍ର କୌଣସି ସୁଫଳ ନମିଳିବାରୁ ଲଳିତ ବାଧ୍ୟହୋଇ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଶେଷରେ ମାନ୍ୟବର କୋର୍ଟ ଲଳିତଙ୍କ ସପକ୍ଷରେ ରାୟ ପ୍ରକାଶ କରିଥିଲେ । ରାୟ ପ୍ରକାଶ ପାଇବାର କେଇଦିନ ପୂର୍ବରୁ ଜବରଦଖଲକାରୀଙ୍କୁ ଉକ୍ତ ଜମି ଛାଡି ଚାଲିଯିବାକୁ କହିଥିଲେହେଁ ଜବରଦଖଲ କର୍ଣ୍ଣପାତ କରିନଥିଲେ ।
 ଶେଷରେ ଶୁକ୍ରବାର ସକାଳେ କୋର୍ଟଙ୍କ ନିଦେ୍ର୍ଦଶରେ ମାନ୍ୟବର ଜିଲ୍ଲା ସିଭିଲଜଜଙ୍କ ନିଦେ୍ର୍ଦଶରେ ୪ଜଣ ଅଧିକାରୀ, ନୀଳଗିରି କୋର୍ଟର ୨ଜଣ ପ୍ରସେଶର, ଜଣେ ଅମିନ, ଜଣେ ନାଗରା ବାଲା ଏବଂ ନୀଳଗିରି ପୋଲିସଙ୍କ ଉପସ୍ଥିତିରେ ଉକ୍ତଜାଗାରେ ବସବାସ କରୁଥିବା ସୁନିତି ସିଂ, ସୁହାଗି ସିଂ, ପ୍ରତାପ ସିଂ, ଗୁରୁପ୍ରସାଦ ସିଂ, କୃଷ୍ଣପ୍ରସାଦ ସିଂ, ମଇନା ସିଂ, ବାପୂନୁ ସିଂ, ରାମ ସିଂଙ୍କ ଘର ଜେସିବି ଲଗାଇ ଉଚ୍ଛେଦ କରାଯାଇଥିଲା ।