ଷଣ୍ଢ ନେଲା ବୃଦ୍ଧାଙ୍କ ଜୀବନ
ାା ପ୍ରଭାନୁ୍ୟଜ୍ ।ା ନୀଳଗିରି: ରୋଗୀକୁ ଦେଖା କରିବାକୁ ଆସୁଥିବା ବେଳେ ବୁଲା ଷଣ୍ଢ ସହ ଦୁର୍ଘଟଣା ଘଟି ବୃଦ୍ଧାଙ୍କ ଜୀବନ ଯିବା ଘଟଣା ଅଞ୍ଚଳରେ ଦୁଃଖ ଖେଳାଇ ଦେଇଛି । ଘଟଣାରୁ ପ୍ରକାଶ ଯେ ଖନ୍ତାପଡ଼ା ଥାନା ଅଧୀନ ସାଆନ୍ତା ଭୂଇଁପଡା ଅଞ୍ଚଳର ଲକ୍ଷ୍ମୀଧର ମଲ୍ଲିକଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ନୀଳଗିରି ଡାକ୍ତରଖାନାକୁ ଆଣି ଚିକିସôା କରାଉଥିଲେ । କିଶୋର ଚନ୍ଦ୍ର ଦାସ ଓ ଗଙ୍ଗାରାଣି ଦାସ ଦେଖିବା ପାଇଁ ନୀଳଗିରି ଡ଼ାକ୍ତରଖାନାକୁ ବାଇକ ଯୋଗେ ଆସୁଥିବା ବେଳେ ଖନ୍ତାପଡ଼ା ଠାରେ ଗୋଟିଏ ବୁଲା ଷଣ୍ଢ ତାଙ୍କ ବାଇକ ସାମ୍ନାକୁ ହଠାତ ଚାଲି ଆସିବାରୁ ଦୁଇଜଣ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ । ସେଥିମଧ୍ୟରୁ ବାଇକ ପଛରେ ବସିଥିବା ଲକ୍ଷ୍ମୀରାଣୀ ଛିଟିକି ପଡ଼ିବାରୁ ସେହିଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଉଭୟଙ୍କୁ ନୀଳଗିରି ମେଡିକାଲକୁ ଆଣିଥିବା ବେଳେ ଲକ୍ଷ୍ମୀରାଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସ୍ୱାମୀକୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।