ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ମେଳା
ନୂଆପଡା : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡରମୁଣ୍ଡା ଠାରେ ମାଣିକ୍ୟ ଦେବୀ କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ସାଧନ କେନ୍ଦ୍ର ସଂଯୋଜକ ଅରୁଣ କୁମାର ନାଗଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କାହ୍ନୁଚରଣ ନାଏକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଖଡ଼ିଆଳଙ୍କ ସହିତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱୟ ମୋତି ଲାଲ ବେହେରା ଓ ଜୟଦେବ ପଣ୍ଡା ଉପସ୍ଥିତ ଥିଲେ । ଆର୍ପିଆଇ ଭାବରେ ଯଶୋବନ୍ତ ନାରାୟଣ ପଣ୍ଡା ଓ ହେମନ୍ତ କୁମାର ମେହେରଙ୍କ ସହ ବିଭିନ୍ନ କ୍ଲଷ୍ଟରରୁ ସମ୍ମାନିତ ଅତିଥି ଭାବରେ ଶିଲୁ ମହାନନ୍ଦ, ରଜନୀକାନ୍ତ ଯୋଶୀ, ବନବିହାରୀ ବାଗ, ଖଗେଶ୍ୱର ବାଗ ଉପସ୍ଥିତ ରହି ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିର ସହଜ କୌଶଳ ଉପାୟ ଉପରେ ମାର୍ଗଦର୍ଶନ କରାଇଥିଲେ । ଛଅ ଗୋଟି ବିଦ୍ୟାଳୟରୁ ଶିକ୍ଷକଶିକ୍ଷୟତ୍ରୀମାନେ ଏହି ମେଳାରେ ଅଂଶଗ୍ରହଣ କରିଥିଲେ । ଅତିଥିଗଣ ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ଗୁଡିକ ପରିଦର୍ଶନ କରି ଦେଖିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁବାସିନି ନାଏକଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲ । ଶେଷରେ ପ୍ରେମାନନ୍ଦ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।