ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭଦ୍ରକ : ୨୦୧୮ ମସିହା ଅକ୍ଟୋବର ମାସ ୪ ତାରିଖରେ ନୟାକାଣୀ ଡ଼ିହି ଥାନା ଛତ୍ରପଦା ଗ୍ରାମର ବ୍ରହ୍ମାନନ୍ଦ (ବାବୁ) ମହାଳିକର ହତ୍ୟାକାରୀ ସେହି ଗ୍ରାମର ତିନି ଭାଇ ଚୈତନ୍ୟ ମଳିକ, ମନ୍ମମଥ ମଳିକ ଓ ହରିହର ମଳିକ ଓ ଚୈତନ୍ୟଙ୍କ ପୁତ୍ର ସାଗର ମାଳିକ ଏଭଳି ମୋଟ ୪ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଓ  ଜୋରିମାନା ଅନାଦେୟ ପୁନଶ୍ଚ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ  ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ପ୍ରଭାତ କୁମାର ରାଜଗୁରୁ ନିଦେ୍ର୍ଦଶ ଦେଇଛନ୍ତି ।  ସୂଚନା ଅନୁଯାୟୀ ଗତ ୨୦୧୮ ମସିହା ଅକ୍ଟୋବର ୪ ତାରିଖରେ ବ୍ରହ୍ମାନନ୍ଦଙ୍କ ସହ ତାଙ୍କ ପଡୋଶୀ ହରିହରଙ୍କ ଜ୍ୱାଇଁ ତଥା କେନ୍ଦ୍ରାପଡା ଜିଲ୍ଲା ଟୁନୁ ପୁର ଗ୍ରାମର ଶଙ୍କରା ନାୟକଙ୍କ ସହ ମୋବାଇଲ କଥାବର୍ତ୍ତକୁ ନେଇ ବଚସା ହୋଇଥିଲା । ସେହିଦିନ ସନ୍ଧ୍ୟା ୭ ଟାରେ ଶଙ୍କର ତାଙ୍କ ଘରକୁ ଯାଇ ବ୍ରହ୍ମାନନ୍ଦଙ୍କୁ ସାଥିରେ ଡାକି ଆଣିଥିଲା । ସେଠାରୁ ନିକଟସ୍ଥ ଛତ୍ରପଦା ସୁଇସ ଗେଟ ନିକଟକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ତାଙ୍କ ଶଶୁର ହରିହର, ଚୈତନ୍ୟ, ମନ୍ମମଥ ମଳିକ ଓ ସାଗର ମିଳିତ ଭାବରେ ମରଣାନ୍ତକ ଆକ୍ରମଣ କରି ତାକୁ ହତ୍ୟା କରିବା ସହ ମୃତଦେହକୁ ନିକଟସ୍ଥ ଛତ୍ରପୁର ସୁଇସ ଗେଟର ୨୦ ଫୁଟ ତଳକୁ ଫୋପାଡି ଦେଇଥିଲେ । ତା ପରଦିନ ଦିନ ୧୧ଟା ବେଳକୁ ବ୍ରହ୍ମାନନ୍ଦଙ୍କ ମାଆ ଶାନ୍ତିଲତା ଓ ଗ୍ରାମବାସୀ ମୃତଦେହକୁ ପାଇ ପୋଲିସକୁ ଲିଖିତ ଆକାରରେ ଜଣାଇଥିଲେ । ପୋଲିସ ଥାନା କେସ ନଂ ୧୨୪/୨୦୧୮ ଦଫା -୩୦୨/୩୪ରେ ଏକ ମାମଲା ୠଜୁକରି ଅଭିଯୁକ୍ତ ହରିହର, ଚୈତନ୍ୟ, ମନ୍ମମଥ ଓ ଚୈତନ୍ୟଙ୍କ ପୁତ୍ର ସାଗରକୁ ଗିରଫ କରିବା ସହ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲେ । ଅଭିଯୁକ୍ତମାନେ କିଛିଦିନ ପରେ ଜାମିନରେ ଥିଲେ । ମାଷ୍ଟର ଶଙ୍କର ଆଦ୍ୟାବଧି ଫେରାର ଅଛି । ସମସ୍ତ ସାକ୍ଷ୍ୟ ପ୍ରମାନ ଗ୍ରହଣ କରି କୋର୍ଟ ରାୟ ଶୁଣାଇଛନ୍ତି । ଅଭିଯୋଗକାରୀଙ୍କ ତରଫରୁ କେଡର ଭୁକ୍ତ ପବ୍ଲିକ ପ୍ରସିକୁ୍ୟଟର ପ୍ରଦୀପ କୁମାର ସାମଲ ମାମଲା ପରିଚାଳନା କରୁଥଲେ ।