ସଫେଇ କାର୍ଯ୍ୟକ୍ରମ
ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ସୁହାଗପୁର ପଞ୍ଚାୟତର କଉଡ଼ିଖଣି ଶାଳ ଜଙ୍ଗଲ ମଧ୍ୟରେ ପ୍ରତିଷ୍ଠିତ ପ୍ରତ୍ୟକ୍ଷ ଦେବୀ ମା’ହିଙ୍ଗୁଳାଙ୍କ ବାର୍ଷିକ ବଡପୂଜା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୪ ଦିନ ବ୍ୟାପୀ ବୃହତ୍ ମେଳା ବସିଥିଲା । ଫଳରେ ମେଳା ପଡିଆଟି ଅପରିଷ୍କାର ଓ ଅସ୍ୱଚ୍ଛ ହୋଇ ପଡ଼ିଥିଲା । ଯାହାକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲର ସିଏସଆର ବିଭାଗ ପକ୍ଷରୁ ଉକ୍ତ ମେଳା ପଡିଆକୁ ସ୍ୱେଚ୍ଛାକୃତ ଭାବେ ସଫେଇ କରାଯାଇଛି । ବିଭାଗୀୟ ଏସଇ ଇଂହରିଶ୍ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ପ୍ରାୟ ୬୫ରୁ ଊର୍ଦ୍ଧ୍ୱ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ ଉକ୍ତ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସିଏସଆର ବିଭାଗ ଏସଇ କ୍ଷୀରୋଦ ଚନ୍ଦ୍ର ବେହେରା, ଉଦଳା ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ଦାସ, ଉଦଳା ସିଏସଆର ସୁରେଶ ଚନ୍ଦ୍ର ରଣା, ଖୁଣ୍ଟା ଏସଡିଓ ପ୍ରକାଶ ଚନ୍ଦ୍ର ସାହୁ, ସ୍ଥାନୀୟ ବଡ଼ସାହି କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ପ୍ରଧାନ,ଏସସିଓ ରାକେଶ କୁମାର ଜେନା, ଉଦଳା ଡିଭିଜନର କର୍ମଚାରୀ ସମୂହଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସଂପୃକ୍ତ ରହି ସଫେଇ କାର୍ଯ୍ୟ କରିଥିଲେ । ଏଥିନେଇ ହିଙ୍ଗୁଳା କମିଟି ସହିତ ସାଧାରଣ ଜନତା ଉକ୍ତ ସଂସ୍ଥାକୁ ସାଧୁବାଦ୍ ଜଣାଇଛନ୍ତି ।