ବିଧାୟକଙ୍କ ‘ଭରସା ପୋର୍ଟାଲ’

 ଛତ୍ରପୁର : ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଆଜି ଏକ ନୂତନ ପଦକ୍ଷେପ ନେଇ ସାଧାରଣ ଜନତାଙ୍କ ଅଭିଯୋଗ ଓ ସମସ୍ୟା ସମାଧାନ ପାଇଁ ‘ଭରସା ପୋର୍ଟାଲ’ର ଶୁଭାରମ୍ଭ କରିଛନ୍ତି । ଏହି ପୋର୍ଟାଲ ମାଧ୍ୟମରେ ସ୍ଥାନୀୟ ଲୋକେ ସରକାରୀ ଯୋଜନା ସମ୍ବନ୍ଧୀୟ ଅସୁବିଧା କିମ୍ବା ଅନ୍ୟାନ୍ୟ ଅଭିଯୋଗ ସିଧାସଳଖ ବିଧାୟକଙ୍କ ନିକଟରେ ଉପସ୍ଥାପନ କରିପାରିବେ । ଡବ୍ଲୁ୍ୟଡବ୍ଲୁ୍ୟଡବ୍ଲୁ୍ୟ.କୃଷ୍ଣଫରଓଡ଼ିଶା.କମ୍ରେ ଯେ କୌଣସି ସରକାରୀ ଯୋଜନାର ଅସୁବିଧା ଥିଲେ ଅଭିଯୋଗ କରିପାରିବେ । ସାଇଟ ଖୋଲି ନିଜ ନାମ ନମ୍ବର ଠିକଣା ସହ ସମସ୍ୟା ଟାଇପ କଲେ ସିଧାସଳଖ ସମସ୍ୟା ପହଁଚିବ ଛତ୍ରପୁର ବିଧାୟକଙ୍କ ପାଖରେ । ଏହି ପୋର୍ଟାଲ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବ ଏବଂ ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ସଫଳ ମାଧ୍ୟମ ହେବ । ଏହା ଛତ୍ରପୁର ବିଧାନସଭା ଅଞ୍ଚଳରେ ସରକାରୀ ସେବାର ପ୍ରଭାବକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।