ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷୟିତ୍ରୀ ପ୍ରଭାତ ମଞ୍ଜରୀ ଜେନାଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ବିଦାୟ ଦିଆଯାଇଛି । ପ୍ରଧାନଶିକ୍ଷକ ସମୀର କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ଅବସରପ୍ରାପ୍ତ ଶିକ୍ଷକ ମୀନକେତନ ବେଉରିଆ, ପୂର୍ବତନ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା, ଚିନ୍ତାମଣି ନାୟକ, ରାମଚନ୍ଦ୍ର ମହାନ୍ତି, ଦୁଃଖିଶ୍ୟାମ ଦାଶ, ସମାଜସେବୀ ବିଶ୍ୱମ୍ଭର ରାଉତ, ଅଧ୍ୟାପକ ଅନାଦି ଚରଣ ସାହୁ ବକ୍ତବ୍ୟ ରଖି ବିଦାୟୀ ଶିକ୍ଷୟତ୍ରୀ ଶ୍ରୀମତୀ ଜେନା ବିଦ୍ୟାଳୟକୁ ନିଜ ଘର ଓ ଛାତ୍ରଛାତ୍ରୀଙ୍କୁ ନିଜ ପିଲା ଭାବେ ଗ୍ରହଣ କରି ଶିକ୍ଷାଦାନରେ ସ୍ୱତନ୍ତ୍ରତା ସୃଷ୍ଟି କରିପାରିଥିଲେ ବୋଲି କହିଥିଲେ । ଏହି ଅବସରରେ ବିଦ୍ୟାଳୟ, ବିଦ୍ୟାଳୟର ଛାତ୍ରଛାତ୍ରୀ, ପାଚିକା ଗୋଷ୍ଠୀ, ପରିଚାଳନା ପରିଷଦ, ଷୋଳମପୁର ଶିଶୁମନ୍ଦିର, ସ୍ୱୟଂ ସହାୟିକା ଗୋଷ୍ଠୀ, ଗ୍ରାମବାସୀମାନଙ୍କ ପକ୍ଷରୁ ବିଦାୟୀ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ସୂର୍ଯ୍ୟକାନ୍ତ ବରାଳ ଅତିଥି ପରିଚୟ ଓ ଶରତ ଥାଟୋଇ ଧନ୍ୟବାଦ ଦେଇଥିଲେ । ପରିଚାଳନା ପରିଷଦ ସଭାପତି ମନୋଜ ଦାସ, ନରେନ୍ଦ୍ର କୁମାର ବେଉରିଆ, ଗଜେନ୍ଦ୍ର ଦାସ, ଶିକ୍ଷକ ଦିପ୍ତି ରଞ୍ଜନ ଶେଣ୍ଢ, ବାସୁଦେବ ସୋରେନ, ଜ୍ୟୋତିରଞ୍ଜନ ପ୍ରଧାନ, ପ୍ରଶାନ୍ତ କୁମାର କୁଣ୍ଡ, ଶେଖ ଆଫ୍ରୋଦିନ, ରିତାଞ୍ଜଳୀ ମହାନ୍ତି, ରଶ୍ମିରେଖା ରାଉତ, ରମେଶ ଚନ୍ଦ୍ର ରାଉତ, ଅରୁଣି ବେହେରା, ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉସôବ ପରିଚାଳନା କରିଥିଲେ ।