ପତ୍ରିକା ‘କଇଁଫୁଲ’ ଉନ୍ମୋଚିତ

 ବେତନଟୀ/ବୈଶିଙ୍ଗା : ବେତନଟୀ ବ୍ଲକ ସଇତପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବେତନଟୀର ଶତଦଳ ଶିଶୁ ସାହିତ୍ୟ ପ୍ରତିଷ୍ଠାନର ତ୍ରୈମାସିକ ଶିଶୁ କିଶୋର ପତ୍ରିକା କଇଁଫୁଲର ୨୧ତମ ସଂଖ୍ୟାର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟନ୍ତ କୁମାର ମହାନ୍ତ ଅଧ୍ୟକ୍ଷତା କରିଥିବାବେଳେ କଇଁଫୁଲର ବ୍ୟବସ୍ଥାପକ ଶିକ୍ଷକ ନୀରଦ ସୁନ୍ଦର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଜିଲ୍ଲା ଓଷ୍ଟାର ସଂପାଦକ ଶିକ୍ଷକ କିଶୋର କୁମାର ଆଚାର୍ଯ୍ୟ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବାବେଳେ କଇଁଫୁଲର ସଂପାଦକ ପର୍ଶୁରାମ ସାହୁ ପତ୍ରିକା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ କଇଁଫୁଲର ସଭାପତି କବି ଭାସ୍କର ଦ୍ୱିବେଦୀ, ମୁଖ୍ୟବକ୍ତା ରୂପେ କଇଁଫୁଲର ସଦସ୍ୟ ମୀନକେତନ ମହାନ୍ତି ଏବଂ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ଗଜେନ୍ଦ୍ର ନାଥ ମହାନ୍ତ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଜଣେ ଛାତ୍ର ଓ ଜଣେ ଛାତ୍ରୀ କଇଁ ଫୁଲର ଏ ସଂଖ୍ୟାକୁ ଉନ୍ମୋଚନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ କୁଶଧର ମହାନ୍ତ, ଅନିଲ କୁମାର ମହାନ୍ତ, ସୁଶାନ୍ତ ମହାନ୍ତି, ଜଳଧର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ କିଶୋର କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।