ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି

 ବଲାଙ୍ଗିର :  ବଲାଙ୍ଗିରରେ ଆସନ୍ତା ଶୀତଳଷଷ୍ଠୀ  ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଉପ –ଜିଲ୍ଲାପାଳ ଆଲୋକ କୁମାର ପଟେଲ, ଅତିରିକ୍ତ ଆରକ୍ଷୀ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସାହୁଙ୍କ ସମେତ ବିଦୁ୍ୟତ, ପୂର୍ତ୍ତ, ଜନସ୍ୱାସ୍ଥ୍ୟ, ପୌର ନିର୍ବାହୀ ଅଧିକାରୀ, ସମ୍ପୃକ୍ତ ବିଭାଗର ଅଧିକାରୀ ଓ ବଲାଙ୍ଗିର ସହରର ବିଭିନ୍ନ ଶୀତଳଷଷ୍ଠୀ କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହ ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳା ଓ ସୂଚାରୁ ରୂପେ ସମାପନ ହେବ ସେଥି ନିମନ୍ତେ ବିଭିନ୍ନ ଶୀତଳଷଷ୍ଠୀ  କମିଟି ତଥା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସମନ୍ୱୟ ଓ ସହଯୋଗ କାମନା କରିଥିଲେ  । ବଲାଙ୍ଗିର ଉପ –ଜିଲ୍ଲାପାଳ ଶ୍ରୀ  ପଟେଲ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରି ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ  । 
ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା କିପରି ସୂଚାରୁରୂପେ ସମାପନ ହେବ ସେ ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା  । ଶୀତଳଷଷ୍ଠୀ ଯାତ୍ରା ସମୟରେ ସହରରେ ବିଦୁ୍ୟତ ସରବରାହ ଯେପରି ବ୍ୟାଘାତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବିଦୁ୍ୟତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଶୀତଳଷଷ୍ଠୀ ଯାତ୍ରା ସମୟରେ ସହରର ସ୍ଥାନେ ସ୍ଥାନେ ବିଶେଷ କରି ଯେଉଁ ସ୍ଥାନ ମାନଙ୍କରେ ଯାତ୍ରା ଅନୁଷ୍ଠିତ ହେଉଛି ସେଠାରେ ପାନୀୟ ଜଳର ସୁବନେ୍ଦାବସ୍ତ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିଲା  । ଶୀତଳଷଷ୍ଠୀ ଯାତ୍ରା ସମୟରେ ବଲାଙ୍ଗିର ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ ବ୍ୟବସ୍ଥାକୁ ସୂଚାରୁରୂପେ ନିୟନ୍ତ୍ରଣ କରିବା ଓ ରାସ୍ତା ସାରଣୀ ଅନୁସାରେ ଶୋଭାଯାତ୍ରାକୁ ସମ୍ପନ୍ନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏଥି ନିମନ୍ତେ ସମସ୍ତ କମିଟି  ରାସ୍ତା ସାରଣୀ ଓ ଶୋଭାଯାତ୍ରାର ସମୟ ପ୍ରଦାନ କରିବାକୁ କମିଟିର କର୍ମକର୍ତ୍ତା ମାନଙ୍କୁ ଅନୁରୋଧ କରାଯାଇଥିଲା  । ବଲାଙ୍ଗିର ସହରରେ ଆକସ୍ମିକ ଅଗ୍ନି ନିର୍ବାପନ ନିମନ୍ତେ ତତ୍ପର ରହିବାକୁ ଅଗ୍ନିଶମ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା  । ଯାତ୍ରା ସ୍ଥଳୀ ମାନଙ୍କରେ ଜନସମାଗମ କୁ ଦୃଷ୍ଟି ରେ ରଖି ଆଶୁ ଚିକିସôା ନିମନ୍ତେ ଆମ୍ବୁଲାନ୍ସ ଏବଂ ଔଷଧ ସହ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ  କରିବାକୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଅନୁରୋଧ କରାଯାଇଥିଲା । ଏତଦ ବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ବଲାଙ୍ଗିର ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  ।