ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ 

 ପୁରୀ : ସୂଚନା ଓ ଲୋକସମ୍ପର୍କ ବିଭାଗ, କେନ୍ଦ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ ଆଚାର୍ଯ୍ୟ ହରିହର ସ୍ମୃତି ସଂସଦର ମିଳିତ ଉଦ୍ୟମରେ ଆଚାର୍ଯ୍ୟ ହରିହରଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସରରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଶିକ୍ଷାବିତ୍ ରଘୁନାଥ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ  । କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ନିଦେ୍ର୍ଦଶକ ପ୍ରଫେସର ବନମାଳି ବିଶ୍ୱାଳ, ପୌରସଂସ୍ଥାର ଏନଫୋର୍ସମେଣ୍ଟ ଅଫିସର ଲିପ୍ସା ରାୟ ଆଚାର୍ଯ୍ୟଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ ହରିହର ସ୍ମୃତି ସଂସଦ ସମ୍ପାଦକ ଶିବପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିଦେ୍ର୍ଦଶକ ସନ୍ତୋଷ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାଧ୍ୟାପକ ଡ. ସୁଶାନ୍ତ ରାଜ ଧନ୍ୟବାଦ ଅର୍ପଣ କରିଥିଲେ ।