କୋତପୁରରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବ

।ା ଧର୍ମଶାଳା: ଏହି ବ୍ଲକ କୋତପୁର କଲ୍ୟାଣ ମଣ୍ଡପ ଠାରେ ଶିଶୁ ସାହିତି୍ୟକ ଡ.ରାଜ କିଶୋର ପାଢୀଙ୍କୁ ପଞ୍ଚାୟତ ତରଫରୁ  ସମ୍ବର୍ଦ୍ଧିତ କରାଯାଇଛି । କୋତପୁର ପଞ୍ଚାୟତ ବାସିନ୍ଦା ଶିଶୁ ସାହିତି୍ୟକ ଡ.ରାଜ କିଶୋର ପାଢୀଙ୍କୁ ଚଳିତ ବର୍ଷ କେନ୍ଦ୍ରୀୟ ଶିଶୁ ସହିତ୍ୟ ପୁରସ୍କାର ପ୍ରଦାନ ପାଇଁ ନାମ ଘୋଷଣା କରାଯାଇଛି । ଏଥିଲାଗି ପଂଚାୟତ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅବସରପ୍ରାପ୍ତ ଶିକ୍ଷକ ନିର୍ମଳ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅତିଥି ଭାବେ ଯୋଗଦେଇ ଆଦର୍ଶ ଶିକ୍ଷକ ଡ.ପାଢୀଙ୍କ ଶିକ୍ଷକତା ଜୀବନୀ ଓ ତାଙ୍କ ସାହିତ୍ୟକୃତି ସମ୍ପର୍କରେ ଆଲୋକପାତ କରିଥିଲେ । 
ଏହି ଅବସରରେ ରାଜ କିଶୋର ପାଢୀଙ୍କୁ ବିଧାୟକ ଶ୍ରୀ ସାହୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାମଦେବ ପାଢୀ, ସରପଂଚ ସୁନାକର ବେହେରା,ସମିତି ସଭ୍ୟା ଝୁଲିରାଣୀ ମଲିକ,୧୫ ନଂ ଜୋନ ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ ଓ ପ୍ରଭାରୀ ଅମିତ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ତପନ କୁମାର ମାହୁନ୍ତ, ନିଗମାନନ୍ଦ ଦାସ, ଦିବଜ୍ୟୋତି ପରିଡା, ଦିଲୀପ ବେହେରା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।