ଆଇନ ସଚେତନତା ଶିବିର
ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ପକ୍ଷରୁ ଉମରକୋର୍ଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନାଲସା ଟୋଲ ଫ୍ରି ହେଲ୍ପଲାଇନ ନମ୍ବର -୧୫୧୦୦ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ସାହାଯ୍ୟ ଓ ନାଲସା ୱେବ ପୋର୍ଟାଲରେ ଅନ୍ଲାଇନରେ ଆଇନଗତ ସାହାଯ୍ୟ ପାଇବା ପାଇଁ ଆବେଦନ ଓ ଅନ୍ଧବିଶ୍ୱାସ ଯଥା ଗୁଣିଗାରେଡି, ଛୋଟ ପିଲାମାନଙ୍କୁ ଦିଆଯାଉଥିବା ଚେଙ୍କ୍ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିଦେ୍ର୍ଦଶକ୍ରମେ ଆୟୋଜିତ ହୋଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭିପ୍ସା ଗୋଚ୍ଛାୟତ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଠାରେ ଅନ୍ୟାନ୍ୟ ଅତିଥି ଭାବେ ଜିତେନ୍ଦ୍ର କୁମାର ସାମଲ ଉପଗୋଷ୍ଠୀ ଉନ୍ନୟନ ଅଧିକାରୀ, ଊମରକୋଟ, ଡାଃ ଆୟୁଷି ମଣ୍ଡଲ ରିପ୍ରେଜେନ୍ଟେଟିଭ ଓଫ ସିଡିଏମଓ, ନବରଙ୍ଗପୁର, ସୁରେଶ କୁମାର ପଟ୍ଟନାୟକ, ଡିସିପିଓ, ନବରଙ୍ଗପୁର, ମନୋରମା ମାଝି, ସୋସିଆଲ ଆକ୍ଟିଭିଷ୍ଟ, ନବରଙ୍ଗପୁର, ଶୁଭେନ୍ଦୁ କୁମାର ଶବର ଉପଭାରପ୍ରାପ୍ତ ଅଧିକ୍ଷକ, ଉମରକୋର୍ଟ ପ୍ରମୁଖ ଯୋଗ ଦେଇ ଲୋକମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ବିଷୟରେ ସଚେତନ କରାଇଥିଲେ । ଶେଷରେ ଉପଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ପରିଚାଳନା କରାଯାଇଥିଲା ।