ଶ୍ରମିକ କଂଗ୍ରେସର ବାର୍ଷିକ ଅଧିବେଶନ

ଜଟଣୀ : ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଅନ୍ତର୍ଗତ ବିଜେବି ରେଳ ଇନ୍ଷ୍ଟିଟୁ୍ୟଟରେ ଶ୍ରମିକ କଂଗ୍ରେସର ୧୧ତମ ଦୁଇବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଛି । ଦୁଇଟି ବ୍ରାଞ୍ଚ ଡିଆରବି (ରନିଙ୍ଗ ) ଓ ହେଡ୍କ୍ୱାର୍ଟର ବ୍ରାଞ୍ଚରେ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି । ସଭାପତି ଶିଶିର ପାତ୍ରଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି ।
ପୂର୍ବଟତ ରେଳପଥ ଶ୍ରମିକ କଂଗ୍ରେସର ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଉପସଭାପତି ପ୍ରମୋଦ ସାହାଣୀ,  ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ , ସହ ସଂଯୋଜକ ନିରଞ୍ଜନ ମିଶ୍ର , କେନ୍ଦ୍ରୀୟ ପଦ୍ଧାଧିକାରୀ ଏମ ଗୋପାଳ କ୍ରିଷ୍ଣା ରାଓ, ଶରତ ପଣ୍ଡା, ସୁବ୍ରତ ପଣ୍ଡା, ଅମିତ କୁମାର, ଭିଏସ୍ ପ୍ରସାଦ, ଆଶୁତୋଷ ମହାନ୍ତି ଏବଂ ମହେନ୍ଦ୍ର ମହାନ୍ତି ଅନ୍ୟାନ୍ୟ ଅତିଥିଭାବେ ଯୋଗଦେଇଥିଲେ । ସମ୍ପାଦକ ଜୟନ୍ତ ସାମଲ ଓ ଧୁଶାସନ ସାହୁ ସମ୍ପାଦକୀୟ ପାଠକରିଥିବା ବେଳେ, କୋଷାଧ୍ୟକ୍ଷ ଜୟନ୍ତ ସୁବୁଦ୍ଧି ଓ ରବୀନ ପରମାଣିକ ଆୟବ୍ୟୟର ହିସାବ ରଖିଥିଲେ । ଏହା ଗୃହରେ ପାସ ହେବା ପରେ ସାଧାରଣ ସମ୍ପାଦକ ଶ୍ରୀ ସାହୁ ଶାଖା ପରିଷଦକୁ ଭଙ୍ଗ ଘୋଷଣା କରିଥିଲେ । ପରେ ନିର୍ବାଚନ ଅଧିକାରୀ ସୁଧୀର ପାଢି ନୂତନ ପରିଷଦ ପାଇଁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲେ । ଡିଆରବି ବ୍ରାଞ୍ଚ ସଭାପତି ଭାବେ ଶିଶିର ପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରଫୁଲ ବେହେରା, ଉପସଭାପତି ସୁଧାକର ଜେନା, ଏନ ୱାୟୀ ବାବୁ, ସମ୍ପାଦକ ଭାବେ ଜୟନ୍ତ ସାମଲ ପୁନଃ ନିର୍ବାଚିତ ହୋଇଥିବା ବେଳେ, ସହସମ୍ପାଦକ ଦୁଷ୍ମନ୍ତ ବଳିୟାରସିଂ, ଆଶୀର୍ବାଦ ମିଶ୍ର, କୁନେଲ ପ୍ରଧାନ, ଦୀପକ କୁମାର, କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ମହାରଣା, ତପନ ବେହେରା, କୋଷାଧକ୍ଷ ସୂର୍ଯ୍ୟକାନ୍ତ ସୁବୁଦ୍ଧି ନିର୍ବାଚିତ ହୋଇଥିଲେ । କ୍ୱାର୍ଟର କମିଟି ସଦସ୍ୟ ଏଭିଏନ ରାଓ, ତ୍ରିଲୋଚନ ବାରିକ ମନୋନୀତ ହୋଇଥିଲେ ।
ସେହିପରି ହେଡ଼ କ୍ୱାର୍ଟର ବ୍ରାଞ୍ଚର ସଭାପତି ଗୋପାଳ ଦାସ,  କାର୍ଯ୍ୟକାରୀ ସଭାପତି ରୁନି ବେହେରା, ଉପସଭାପତି ବି ଭି ଆପା ରାଓ, ଦିଲୀପ ବେହେରା, ସମ୍ପାଦକ ଭାବେ ଧୁଶାସନ ସାହୁ , ସହସମ୍ପାଦକ ଗଜେନ୍ଦ୍ର ନାୟକ, ୟୁ ଶଙ୍କର ରାଓ, ଅର୍ପିତା ମହାନ୍ତି, ପଦ୍ମନାଭ ବେହେରା, କାର୍ଯ୍ୟକାରୀ ସମ୍ପାଦକ ପ୍ରକାଶ ପ୍ରଧାନ, ସୌରେନ୍ଦ୍ର ନାୟକ ଓ କୋଷାଧ୍ୟକ୍ଷ ରବୀନ ପରମାଣିକ ନିର୍ବାଚିତ ହୋଇଥିବା ବେଳେ, କ୍ୱାର୍ଟର କମିଟି ସଦସ୍ୟ ବିଜୟ ପ୍ରଧାନ (ଇଞ୍ଜିନିଅରିଙ୍ଗ), ହରିଶଙ୍କର ରାମ (ପର୍ସନାଲ), ଚିନ୍ମୟ କାନୁନଗୋ (ଆକାଉଣ୍ଟସ),  ନୃସିଂହ ଚରଣ ମହାନ୍ତି (ମେଡିକାଲ) ବିଭାଗ ପାଇଁ ମନୋନୀତ ହୋଇଥିବା ମିଡିଆ ପ୍ରଭାରୀ ଏଲ୍ଡି ମହାନ୍ତି ସୂଚନା ଦେଇଛନ୍ତି ।