ସୁଭଦ୍ରା ନେଇ ବଡ଼ ଖବର : ୨୫ରେ ସୁଭଦ୍ରା ଟଙ୍କା

subhadra jojana

ସୁଭଦ୍ରା ନେଇ ବଡ଼ ଖବର : ୨୫ରେ ସୁଭଦ୍ରା ଟଙ୍କା

୬ ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଓ ଅଯୋଗ୍ୟ ତାଲିକା
ଯୋଜନାରେ ସାମିଲ୍‌ ହେବାକୁ ମନା କଲେ ୧୮୭୩୫ 
 ଭୁବନେଶ୍ୱର :  ଡିସେମ୍ବର ୨୫  । ବଡ଼ଦିନ ଛୁଟି ଆରମ୍ଭ ହେଉଥିବାବେଳେ ସରକାର ସେହିଦିନ ସୁଭଦ୍ରା ଯୋଜନା ଟଙ୍କା ଦେବେ  । ପ୍ରଥମ ପର୍ଯ୍ୟାୟ ଚତୁର୍ଥ କିସ୍ତିର ସୁଭଦ୍ରା ଟଙ୍କା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି  । ଯେଉଁ ଆବେଦନକାରୀଙ୍କର ଆବେଦନ ଗ୍ରହଣୀୟ ହୋଇପାରି ନାହିଁ, ସେନେଇ ଯାଞ୍ଚ ଚାଲିଛି ବୋଲି ସୂଚନା ମିଳିଛି  । ଆସନ୍ତା ୬ ସୁଦ୍ଧା ଯୋଗ୍ୟ ଓ ଅଯୋଗ୍ୟ ତାଲିକା ପ୍ରକାଶ ପାଇବ  । ସେହିପରି ସପ୍ତାହକ ପର୍ଯ୍ୟନ୍ତ ଏନେଇ ଆପତ୍ତି ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ  । ଅପରପକ୍ଷରେ  ଏଯାବତ୍‌ ୧୮୭୩୫ ହିତାଧିକାରୀ ଯୋଜନାରେ ସାମିଲ୍‌ ହେବାକୁ ନିଜ ଆଡୁ ମନା କରିଦେଇଛନ୍ତି  ।
ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇସାରିଥିବା ବେଳେ ଆଗାମୀ ଡିସେମ୍ବର ୨୫ ତାରିଖରେ ୪ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ କରାଯିବାକୁ ପ୍ରସ୍ତୁତି ଜାରି ରହିଛି  ।  ଡିସେମ୍ବର ୧ ସୁଦ୍ଧା ସୁଭଦ୍ରାରେ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି  ।