୩ ବର୍ଷ ପରେ ଘରକୁ ଫେରିଲା ମାଆ
ଆସିକା : ସ୍ୱାମୀଙ୍କ ତାଡନାକୁ ସହି ନପାରି ମାନସିକ ସନ୍ତୁଳନ ହରାଇ ଦୁଇ ଦିବ୍ୟାଙ୍ଗ ପୁଅ ଝିଅକୁ ଘରେ ଏକା ଛାଡି ନିଖୋଜ ହୋଇ ଯାଇଥିବା ମା ଏବେ ୩ ବର୍ଷ ପରେ କେରଲରୁ ଉଦ୍ଧାର ହେଇ ଘରକୁ ଫେରିଛିନ୍ତି । ଗଞ୍ଜାମ ଜିଲ୍ଲା ଆସିକା ଗଣ୍ଡପଲ୍ଲି ୮ ନମ୍ବର ୱାଡ଼ର ଏସ.ମଞ୍ଜୁ । ସ୍ୱାମୀ ଡି.ଆଶୋକ ଓ କଥା କହିପାରୁ ନଥିବା ପୁଅ ଓ ଶୁଣି ପାରୁ ନଥିବା ଝିଅକୁ ନେଇ ତାଙ୍କର ସୁନାର ସଂସାର । ହେଲେ ଗତ ୨୦୨୧ ରେ ହଟାତ ତାଙ୍କ ସୁଖର ସଂସାର ରେ ଲାଗିଥିଲା ନିଆଁ । ସ୍ୱାମୀ ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରଖି ଘରେ ଦୁଇ ଦିବ୍ୟାଙ୍ଗ ପୁଅ ଝିଅ ଓ ସ୍ତ୍ରୀ ମଞ୍ଜୁକୁ ମାରଧର କରିବା ସହ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥିଲେ । ଶେଷରେ ସ୍ୱାମୀଙ୍କ କଥା ଚିନ୍ତା କରି କରି ମଞ୍ଜୁ ମାନସିକ ଭାରସାମ୍ୟ ହରେଇ ଦୁଇ ଦିବ୍ୟାଙ୍ଗ ପୁଅ ଝିଅକୁ ଘରେ ଛାଡି କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ । ଏହା ପରେ ମଞ୍ଜୁଙ୍କ ସ୍ୱାମୀବି ଅନ୍ୟ ସ୍ତ୍ରୀ ସହ ଦିବ୍ୟାଙ୍ଗ ପୁଅ ଝିଅକୁ ଛାଡି ଚାଲି ଯାଇଥିଲେ । ଫଳରେ ବାପା ମା ହରା ଦୁଇ ପୁଅ ଝିଅକୁ ଗାଁ ର ସାହି ଭାଇ ଖାଇବାକୁ ଦେଇ ରଖିଥିଲେ । ଗାଁ ର ସାହି ଲୋକ ବି ନିଖୋଜ ମଞ୍ଜୁକୁ ବହୁ ଖୋଜା ଖୋଜି କରି ମଧ୍ୟ ପାଇ ନଥିଲେ । ମଞ୍ଜୁ ମାନସିକ ସନ୍ତୁଳନ ହରାଇ ପ୍ରଥମେ ପୁରୀ ପରେ ଭୁଲ ବଶତଃ କେରଳ କେମିତି ଚାଲି ଯାଇଥିଲେ । ସେଠାରେ ତାଙ୍କୁ ଶ୍ରଦ୍ଧା ଫାଉଣ୍ଡେସନ ନାମକ ସ୍ୱଚ୍ଛା ସେବୀ ସଙ୍ଗଠନ ଉଦ୍ଧାର କରି ମେଣ୍ଟାଲ ହସ୍ପିଟାଲରେ ଚିକିସôା କରିବା ପରେ ମଞ୍ଜୁ ଭଲ ହୋଇଥିଲେ । ପରେ ମଞ୍ଜୁଙ୍କ ଠାରୁ ତାଙ୍କ ଠିକଣା ଜାଣିବା ପରେ ସ୍ୱଚ୍ଛା ସେବୀ ସଙ୍ଗଠନ ମଞ୍ଜୁଙ୍କ ଘରେ ତାଙ୍କୁ ଛାଡି ଯାଇଛନ୍ତି । ଦିର୍ଘ ୩ ବର୍ଷ ପରେ ନିଜ ହଜିଲା ମା କୁ ଦେଖି ଖୁସିରେ ଭାବ ବିହୋଳ ହୋଇ ଯାଇଛନ୍ତି ଦୁଇ ଦିବ୍ୟାଙ୍ଗ ପୁଅ କୀରଣ ଓ ଝିଅ ରୂପା ।