ଶ୍ରୀକାନ୍ତଙ୍କୁ ଅଡୁଆ ହେବେ କି ଦୁଇ ନାରୀ ନେତ୍ରୀ?

ଶ୍ରୀକାନ୍ତଙ୍କୁ ଅଡୁଆ ହେବେ କି ଦୁଇ ନାରୀ ନେତ୍ରୀ?


ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିକୁ ନାକେଦମ ହେବାର ସମ୍ଭାବନା ଦେଖା ଦେଲାଣି । ସଂଯୁକ୍ତା ଓ ଆରତୀଙ୍କୁ ଢାଲ କରି ଗୋକୁଳାନନ୍ଦ ସୁବିଧା ଜନକ ସ୍ଥିତିରେ ଥିବା ବେଳେ ବିଜେଡ଼ି ଝୁଣ୍ଟିବା ଭଳି ମନେ ହେଉଛି । ବିଜେଡ଼ି ପୁଣି ଟିକଟ ରିପିଟ କରିବା ଏଥର ମହଙ୍ଗା ପଡ଼ିବ ବୋଲି ଖଟିରେ ଚର୍ଚ୍ଚା । ବର୍ତ୍ତମାନ ପୋଲସରାରେ ଭାବମୂର୍ତ୍ତିକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଯାଇଛି । ଉଭୟ ଦଳ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏବେବି ନେତା ମାନଙ୍କୁ ପରିବର୍ତ୍ତନର ଭୟ ଘାରିଛି ।  ସୂଚନା ଥାଉକି ଶ୍ରୀକାନ୍ତଙ୍କ ଭାବମୂର୍ତ୍ତି କ୍ଷୀର୍ଣ୍ଣ ହେବାକୁ ଥିବା ବେଳେ ବିଜେଡି କେଉଁ ଆଧାରରେ ପୁଣି ଟିକଟ ଦେଲା ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଆରତୀ ପୋଲସରା ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ ଅନେକ ଦିନ ହେଲା ଲୋକଙ୍କ ସହିତ ଥିଲେ କିନ୍ତୁ ବିଜେଡିରୁ ଟିକଟ ନପାଇ ଶେଷରେ ବାଧ୍ୟ ହେଲେ ବିଜେପିରେ ମିଶିବାକୁ ପଡିଲା । ଏହି ନିର୍ବାଚନ କେବଳ ଶ୍ରୀକାନ୍ତ ସାହୁଙ୍କ ପାଇଁ ନୁହେଁ ବିଜେଡି ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଆରତୀ । ବିଜେପିର ରଣ ହୁଙ୍କାର ଦେଖି ବିଜେଡି ଏକ ରକମ ଛାନିଆ । ଗୋଟିଏ ପଟେ ଆରତୀ ଅନ୍ୟପଟେ ସଂଯୁକ୍ତା ଶ୍ରୀକାନ୍ତଙ୍କ ନିଦ ହଜାଇ ସାରିଲେଣି, ପୋଲସରା ନିର୍ବାଚନ ମଣ୍ଡଳୀ ବହୁତ ସମ୍ବେଦନଶୀଳ କ୍ଷେତ୍ର ନିର୍ବାଚନ ଯେତେ ପାଖେଇ ଆସିବ ଅରାଜକତା ବୃଦ୍ଧି ପାଇବ ଏହା ପୁଲିସ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିବ । ପୋଲସରାର ବିଭିନ୍ନ ଖଟି ଓ ରାଜନୈତିକ ସମୀକ୍ଷକ ମାନଙ୍କ ମତ ପରିବର୍ତ୍ତନ ହେବା ନିଶ୍ଚିତ । ଏହାକୁ ଦୃଷ୍ଟି ଦେଲେ ବରିଷ୍ଠ ବିଜେଡି ନେତା କୋଦଳା ହରସାହୁଙ୍କ ମୁଣ୍ଡ କାମ କରୁନି । କାରଣ ତାଙ୍କ ଝିଅ ରଞ୍ଜିତା ବର୍ତ୍ତମାନ ଆସିକା ସାଂସଦ ଭାବରେ ପ୍ରାର୍ଥୀ ହୋଇଛନ୍ତି । ତେଣୁ ପୋଲସରା ଓ ଖଲ୍ଲିକୋଟରେ ବିଜେଡିର ପାଣିପାଗ ଠିକ ନାହିଁ । ଦୁଇଟି ଜାଗାରେ ଗୋଷ୍ଠୀ କନ୍ଦଳ ପ୍ରବଳ । ଲୋକେ ବିଜେଡିକୁ ଯେତିକି ବିରୋଧ କରୁନାହାନ୍ତି ତାହା ଠାରୁ ବହୁ ପରିମାଣରେ ପ୍ରାର୍ଥୀକୁ ନାପସନ୍ଦ କରୁଛନ୍ତି । ଏହି ପରିପେକ୍ଷୀରେ ହର ସାହୁ କିଭଳି ଗୋଟି ଚାଳନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଶ୍ରୀକାନ୍ତ ସାହୁଙ୍କ ରାଜନୈତିକ ଦକ୍ଷତା ବି କିଛି କମ ନୁହେଁ । ସେ ନିଜର କଳ, ବଳ, କୌଶଳ ଲଗାଇ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିବେ । କିନ୍ତୁ ଏଠାରୁ ସ୍ପଷ୍ଟ ଯେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ପ୍ରତିଯୋଗିତା ହେବା ନିଶ୍ଚିନ୍ତ । ଦେଖିବାକୁ ବାକି ରହିଲା କିଏ ମାରୁଛି ବାଜି ।