ଶ୍ରୀମନ୍ଦିରରେ ଯଜ୍ଞରକ୍ଷା ନୀତି
ପୁରୀ ; ଚୈତ୍ର ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମ ନବମୀ ଲିଳା କ୍ରମରେ ଯଜ୍ଞରକ୍ଷା ନୀତି ସମ୍ପନ୍ନ ହୋଇଯାଇଛି । ସନ୍ଧ୍ୟା ଧୂପ ଓ ଦକ୍ଷିଣଘର ଭୋଗ ସରିବା ପରେ ମହାଜନ ସେବକ ଶ୍ରୀରାମ ଓ ଲକ୍ଷ୍ମଣଙ୍କ ବିଗ୍ରହଙ୍କୁ ଭିତର ସିଂହାସନ ଉପରେ ବିଜେ କରାଇଥିଲେ । ପୂଜାପଣ୍ଡା ଆଜ୍ଞାମାଳ ଦେବା ପରେ ରାମ ଓ ଲକ୍ଷ୍ମଣଙ୍କୁ ବଟମୂଳେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା । ବିମାନବଡୁ ମାନେ ଘଣ୍ଟ ଛତା, କାହାଳୀ ସହ ପାଲିଙ୍କିକୁ ଜଗନ୍ନାଥ ବଲ୍ଲଭ ମଠକୁ ନେଇଥିଲେ । ସେଠାରେ ହରଚଣ୍ଡୀ ସାହି ପକ୍ଷରୁ ପ୍ରସ୍ତାବ କରାଯିବା ପରେ ରାମ ଓ ଲକ୍ଷ୍ମଣ ଶ୍ରୀମନ୍ଦିରକୁ ଫେରି ଦକ୍ଷିଣିଘରେ ବିଜେ କରିଥିଲେ ।