"ଅଲ୍ହ୍ୟାଣ୍ଡସ୍ ଅନ୍ ଡେକ୍’: ଅନୀଲ ଅଗ୍ରୱାଲ

"ଅଲ୍ହ୍ୟାଣ୍ଡସ୍ ଅନ୍ ଡେକ୍’: ଅନୀଲ ଅଗ୍ରୱାଲ

 ଭୁବନେଶ୍ୱର  : ଚୀନ ବ୍ୟବସାୟିକ ଜାହାଜ କ୍ଷେତ୍ରରେ ୫,୦୦୦ରୁ ଅଧିକ ବଡ଼ଜାହାଜ ରଖିଛି । ତା’ ତୁଳନାରେ ଭାରତର ପାଖରେ କେବଳ ୫୦୦ଟି ଜାହାଜ ଅଛି । ଆନ୍ତର୍ଜାତିକ ବାଣିଜ୍ୟ ପ୍ରାୟ ସମ୍ପୂର୍ଣ୍ଣଭାବେ ଚୀନୀଜାହାଜ ଦ୍ୱାରା ପରିଚାଳିତ ହୋଉଛି । ବିଶ୍ୱର୯୮% ପ୍ରତିଶତ ବ୍ୟବସାୟିକ ଜାହାଜ ଚୀନଚଳାଉଥିବା କମ୍ପାନୀ ଅବା ଚୀନରେ ତିଆରି ହୋଇଥିବା ଜାହାଜ ବୋଲି ବେଦାନ୍ତ ଚେୟାରମେନ ଅନୀଲ ଅଗ୍ରୱାଲ କହିଛନ୍ତି । ଭାରତ ତିନି ପାର୍ଶ୍ୱରୁ ସମୁଦ୍ର ଘେରି ରହିଛି ଏବଂ ଏକ ଗୌରବଶାଳୀ ନୌ-ବାଣିଜ୍ୟ ଐତିହ୍ୟ ସତ୍ତ୍ୱେ, ଆଜି ନୌ-ଶକ୍ତିରେ ଅତ୍ୟନ୍ତ ପଛରେ ପଡ଼ିଯାଇଛି ବୋଲି କହିଛନ୍ତି । ଏହି ପରିସ୍ଥିତିକୁ ବଦଳାଇବାକୁ ଆମେ ଆମର ନୌ-ଶିଳ୍ପକୁ ପୁନଃଜୀବିତ କରିବା ଦିଗରେ କାର୍ଯ୍ୟ କରାଯିବା ଦରକାର । ଲକ୍ଷ୍ୟ ସମସ୍ତଙ୍କ ପାଇଁ ଏକ ହେବା ଆବଶ୍ୟକ । ନୌ-ବାଣିଜ୍ୟିକ ଭାଷାରେ କୁହାଯାଏ, "ଅଲ୍ହ୍ୟାଣ୍ଡସ୍ ଅନ୍ ଡେକ୍’ ଆମର ରାଷ୍ଟ୍ରୀୟ ରଣନୈତିକ ହିତ ପାଇଁ ଏହିମହତ୍ତ୍ୱପୂର୍ଣ୍ଣ ସମୟରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ।